ଆଜିର ଖବର …
➡️୧-ଅଗଷ୍ଟ ୧୫ରେ ଇସ୍ରୋ ଉତକ୍ଷେପଣ କରିବ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ l ଅଗଷ୍ଟ ୧୫ ତାରିଖ ସକାଳ ୯ଟା ୧୭ମିନିଟରେ ଶ୍ରୀହରିକୋଟାରୁ ଉପଗ୍ରହ ଉତକ୍ଷେପଣ ପାଇଁ ଏହି କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ ବ୍ୟବହାର କରାଯିବ।
➡️୨-ସର୍ବସାଧାରଣଙ୍କ ପାଇଁ ଅଗଷ୍ଟ ୧୬ରୁ ଖୋଲିବ ରାଷ୍ଟ୍ରପତି ଭବନ ଅମୃତ ଉଦ୍ୟାନ l ଆସନ୍ତା ଅଗଷ୍ଟ ୧୪ରେ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଏହାଛଡା ପ୍ରଥମ ଥର ପାଇଁ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ାବିତଙ୍କ ପାଇଁ ସଂରକ୍ଷିତ ରହିବ।
➡️୩-ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ନାଫେଡ ମାଧ୍ୟମରେ ଉତ୍ତରପ୍ରଦେଶରୁ ଆସିବ ଆଳୁ l ଖାଉଟିମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇବେ ସରକାର l
➡️୪-ପିଡିଏସ୍ ଦୁର୍ନୀତି ରୋକିବାକୁ ମୋହନ ସରକାରଙ୍କ ବଡ଼ ପଦକ୍ଷେପ। ଆରମ୍ଭ ହେଲା ଚାଉଳ ଏଟିଏମ୍। ଦେଶରେ ପ୍ରଥମ ଥର ପାଇଁ ଭୁବନେଶ୍ୱରର ମଞ୍ଚେଶ୍ୱର ଚାଉଳ ଗୋଦାମଠାରେ ଉଦଘାଟନ ହେଲା ଏଲନ୍ ଚାଉଳ ଏଟିଏମ୍ । ଏହି ଏଟିଏମ୍କୁ ଉଦ୍ଘାଟନ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
➡️୫-ବଢ଼ିଲା ୟୁପିଆଇ ଟ୍ରାଞ୍ଜାକ୍ସନ ଲିମିଟି, ୧ ଲକ୍ଷରୁ ହେଲା ୫ ଲକ୍ଷ l ଆର୍ବିଆଇର ୫୦ ତମ ମୁଦ୍ରା ନୀତି କମିଟି ବୈଠକରେ ଟ୍ରାଞ୍ଜାକ୍ସନ ଲିମିଟ ବଢ଼ାଇବା ନେଇ ନିଷ୍ପତ୍ତି ହୋଇଛି।
➡️୬-ଏଣିକି ଚାଷୀଙ୍କୁ ମିଳିବ ବୋନସ, ହରିୟାଣା ସରକାର ଚାଷୀଙ୍କୁ ଏକର ପିଛା ୨,୦୦୦ଟଙ୍କା ବୋନସ ଦେବାକୁ ନେଲେ ନିଷ୍ପତ୍ତି l
➡️୭-ନବୀନଙ୍କୁ ଭେଟିଲେ ବିଜେଡିର ରାଜ୍ୟସ୍ତରୀୟ ସମନ୍ୱୟ କମିଟି କର୍ମକର୍ତ୍ତା l ସାଙ୍ଗଠନିକ ପୁନର୍ଗଠନ ପାଇଁ ଦେଲେ ପ୍ରସ୍ତାବ l ଆସନ୍ତା ନଭେମ୍ବରରୁ ସେ ସାରା ରାଜ୍ୟ ଗସ୍ତ କରି ଦଳର କର୍ମୀ ଓ ତୃଣମୂଳସ୍ତରର ନେତାଙ୍କୁ ଭେଟିବେ l
➡️୮-ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘‘ହର ଘର ତିରଙ୍ଗା’’ ଅଭିଯାନର ତୃତୀୟ ସଂସ୍କରଣ ଚଳିତ ଅଗଷ୍ଟ ମାସ ୯ରୁ ୧୫ ପର୍ଯ୍ୟନ୍ତ ପାଳନ କରାଯିବ l ଏନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କଲେ ଘୋଷଣା l
➡️୯-ମୁମ୍ବାଇରେ ମିସ୍ ଆଣ୍ଡ ମିସେସ୍ ରୟାଲ ଗ୍ଲୋବାଲ କୁଇନ୍ ୨୦୨୪ ଏବଂ ରୟାଲ ଗ୍ଲୋବାଲ୍ ଆଚିଭର୍ ଆୱାର୍ଡର ୪ର୍ଥ ସଂସ୍କରଣର ସୁନ୍ଦରୀ ପ୍ରତିଯୋଗିତା ହେଲା ଆୟୋଜିତ l ବିଜୟୀ ହେଲେ ସୋଆ ଫ୍ୟାକଲ୍ଟି l
➡️୧୦-ମୁଜାଫରପୁରର ଗାଇଘାଟ ଥାନା ଅଞ୍ଚଳରେ ୟୁଟ୍ୟୁବରୁ ଦେଖି ଦିଆସିଲି କାଠିରୁ ବୋମା ତିଆରି କରୁଥିଲେ କୁନି ପିଲା; ହଠାତ୍ ହେଲା ବିସ୍ଫୋରଣ, ୫ ଶିଶୁ ଗୁରୁତର l
➡️୧୧-ବାମପନ୍ଥୀ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କର ଦକ୍ଷିଣ କୋଲକାତା ବାସଭବନରେ ୮୦ ବର୍ଷ ବୟସରେ ହେଲା ଦେହାନ୍ତ । ସେ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଶ୍ୱାସକ୍ରିୟାଜନିତ ରୋଗରେ ପୀଡ଼ିତ ଥିଲେ।
➡️୧୨-ଦେଶର ସବୁଠାରୁ ଧନି ପରିବାର ତାଲିକାରେ ଶୀର୍ଷରେ ଅମ୍ବାନୀ ପରିବାର l ଅମ୍ବାନୀ ପରିବାର ୩୦୯ ବିଲିଅନ ଡଲାର(୨୫.୭୫ ଲକ୍ଷ କୋଟି) ସହ ଦେଶର ସବୁଠାରୁ ଧନୀ ପରିବାର ବ୍ୟବସାୟୀ ହୋଇଛନ୍ତି। ଅମ୍ବାନୀ ପରିବାର ପରେ ନୀରଜ ବାଜାଜଙ୍କ ନେତୃତ୍ୱରେ ଥିବା ବାଜାଜ ପରିବାର ଦେଶର ଦ୍ଵିତୀୟ ଧନୀ ବ୍ୟବସାୟିକ ପରିବାର ହୋଇଛି।
➡️୧୩-ଦିଲ୍ଲୀ ମଦ ଦୁର୍ନୀତି ସଂକ୍ରାନ୍ତ ସିବିଆଇ ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଚାରବିଭାଗୀୟ ହାଜତ ମିଆଦ ଅଗଷ୍ଟ ୨୦ ତାରିଖ ଯାଏଁ କଲେ ବୃଦ୍ଧି l
➡️୧୪-ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଶପଥନେଲା ବାଂଲାଦେଶର ନୂଆ ଅନ୍ତରୀଣ ସରକାର l ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନ ନୂଆ ଅନ୍ତରୀଣ ସରକାରକୁ କରାଇଲେ ଶପଥପାଠ l ୧୬ ଜଣିଆ ପରାମର୍ଶଦାତା ପରିଷଦ ୟୁନୁସଙ୍କୁ ସରକାର ଚଳାଇବାରେ କରିବ ସହାୟତା ।
➡️୧୫-ଅସ୍ଥିର ବାଂଲାଦେଶ… ଆଲର୍ଟରେ ଓଡ଼ିଶା । ସମୁଦ୍ରରେ କଡ଼ା ପହରା… ପାଟ୍ରୋଲିଂ ବୋଟ୍ର ଘନ ଘନ ପଇଁତରା । ତନାଘନା ଓ ପଚରାଉଚରା । ଜଳପଥରେ ସନ୍ଦିଗ୍ଧ ଗତିବିଧି ଓ ଅନୁପ୍ରବେଶ ଉଦ୍ୟମ ଉପରେ କଡ଼ା ନଜର ରଖିଛନ୍ତି ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ୍ ।
➡️୧୬-ପଡ଼ୋଶୀ ଦେଶରେ ଅଶାନ୍ତି ଯୋଗୁଁ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାୟନ କରିବାକୁ ବାଧ୍ୟ ହେବା ପରେ ବାଂଲାଦେଶରେ ଥିବା ସମସ୍ତ ଭାରତୀୟ ଭିସା କେନ୍ଦ୍ରକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବନ୍ଦ କରାଗଲା l
➡️୧୭-ବାଂଲାଦେଶ ଭଳି ପାକିସ୍ତାନରେ ହେଲାଣି ବିଦ୍ରୋହ; ଅଲଟିମେଟମ ଦେଲା ଛାତ୍ର ସଂଗଠନ, ସଙ୍କଟରେ ପାକିସ୍ତାନୀ ଶାସକ l
➡️୧୮-ଅଲମ୍ପିକ୍ସ ହକିରେ ଭାରତକୁ ମିଳିଲା ବ୍ରୋଞ୍ଜ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କଲେ ଆର୍ଥିକ ପୁରସ୍କାର l ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ହେଲା ଘୋଷଣା l ସେହିପରି ଖେଳାଳି ଅମିତ୍ ରୋହିଦାସଙ୍କୁ ଚାରି କୋଟି ଟଙ୍କାର ସ୍ଵତନ୍ତ୍ର ପୁରସ୍କାର ହେଲା ଘୋଷଣା l
➡️୧୯-ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ଭାରତର ତାରକା ଜାଭଲିନ ଫିଙ୍ଗାଳି ନୀରଜ ଚୋପ୍ରା ଭାରତ ପାଇଁ ଚଳିତ ଅଲିମ୍ପିକ୍ସରେ ଜିତିଲେ ପ୍ରଥମ ରୌପ୍ୟ ପଦକ l ପାକିସ୍ତାନକୁ ଐତିହାସିକ ସ୍ବର୍ଣ୍ଣ ଦେଲେ ନଦୀମ l
➡️୨୦-ଭାରତର ଅଭିଜ୍ଞ ଗୋଲରକ୍ଷକ ତଥା ହକି ଦଳର ପୂର୍ବତନ ଅଧିନାୟକ ପିଆର ଶ୍ରୀଜେଶ ନେଲେ ଅବସର l ସେ ଭାରତ ପାଇଁ ମୋଟ ୪ଟି ଅଲିମ୍ପିକ୍ସ ଖେଳିଥିବା ବେଳେ ଭାରତ ପାଇଁ ଦୁଇଥର ଅଲିମ୍ପିକ୍ସ ପଦକ ଜିତିଛନ୍ତି l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll*
*🔅ଆଜି ଭାରତଛାଡ଼ ଆନ୍ଦୋଳନର ବର୍ଷପୂର୍ତ୍ତି ll*
*🔅ଆଜି ନାଗାସାକି ଦିବସ ll*
*🔅ଆଜି ଜାଗ୍ରଦଗୌରୀ ପଞ୍ଚମୀ ll*
*🔅ଆଜି ବିଶ୍ୱ ଆଦିବାସୀ ଦିବସ ll*
*🔅ଆଜ ଭାରତୀୟ ବିପ୍ଳବ ଦିବସ ll*
*🔅ଆଜି ୮୨ତମ ଭାରତଛାଡ଼ ଆନ୍ଦୋଳନ ସ୍ମୃତି ଦିବସ ll*
*🔅ଆଜି ୪୩ତମ ଜାତୀୟ ବ୍ୟବସାୟୀ ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*
