November 16, 2026

କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମହିଳା ଯାତ୍ରୀ ମୃତ

IMG-20251107-WA0015
Share

 

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ । ଜଣେ ମହିଳା ଯାତ୍ରୀ ମୃତ, ୮ ଆହତ ।

 

 

ଫୁଲବାଣୀ ବାଲିଗୁଡ଼ା କଳିଙ୍ଗା ଘାଟିରେ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ । ଜଣେ ମହିଳା ଯାତ୍ରୀ ମୃତ, ୮ ଆହତ । ଆହତଙ୍କୁ ଜି ଉଦୟଗିରି ଏବଂ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ବରଗଡ଼ରୁ ବ୍ରହ୍ମପୁର ଯାଉଥିବା ଘରୋଇ ବସ ଦୁର୍ଘଟଣା ଗସ୍ତ ହୋଇଛି । ବସରେ ୧୫ରୁ ଅଧିକ ଯାତ୍ରୀ ଥିବା ସୂଚନା ।

 

 

କଳିଙ୍ଗା ଘାଟିରେ ଅଘଟଣ ପରେ ଅଘଟଣ ଦେଖିବାକୁ ମିଳୁଛି । ବର୍ଷା ଦିନେ ଏହି ସ୍ଥାନରେ ବାରମ୍ବାର ଭୂସ୍ଖଳନ ଦେଖିବାକୁ ମିଳିଥିଲା । ବଡ଼ ବଡ଼ ପଥର ପାହାଡ଼ରୁ ଖସିବା ଫଳରେ ରାସ୍ତା ମଝିରୁ କଟିଯାଇଥିଲା । ଅର୍ଥାତ୍ ରାସ୍ତା ମଝିରୁ ବିଛିନ୍ନ ହୋଇଯାଇଥିଲା । ଯାତାୟତ ବନ୍ଦ ହୋଇଯାଇଥିଲା । ଏହା ପରେ ଯେତେବେଳେ ରାସ୍ତା କାମ ଚାଲିଥିଲା, ସେତେବେଳେ ପୁଣି ଥରେ ଖବର ଆସିଥିଲା କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି । ଭାଗ୍ୟ ବସତଃ କୌଣସି ଜୀବନ ହାନି ହୋଇନଥିଲା । ଏହି ଘଟଣାକୁ କେଇ ମାସ ବିତିନଥିବା ବେଳେ ଆଜି କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣାର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।

You may have missed