October 10, 2026

ଗୋବରାରେ ଦୂର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

IMG-20261007-WA0078
Share

 

 

ବେଲଗୁଣ୍ଠା, ୭/୧୦: ବେଲଗୁଣ୍ଠା ବ୍ଲକ୍‌ ଗୋବରା ମୁଖ୍ୟ ସଡ଼କରେ ଚଳିତବର୍ଷ ପ୍ରଥମ ଥର ପାଇଁ ମାଆ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ବିଘ୍ନ ବିନାୟକ ପୂଜା କମିଟି ତତ୍ତ୍ୱାବଧାନରେ ଆସନ୍ତା ଅକ୍ଟୋବର ୧୬ ତାରିଖରୁ ପୂଜା ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଶୁଭଖୁଣ୍ଟି ସ୍ଥାପନ ଅବସରରେ ପୂଜକ ପିଷ୍ଟପ ରଥଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।ପୂଜା ପରେ ପାରମ୍ପରିକ ବାଦ୍ୟବାଜଣା ସହ ଶୁଭଖୁଣ୍ଟିକୁ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ଗ୍ରାମବାସୀଙ୍କ ଉତ୍ସାହଜନକ ଯୋଗଦାନ ଦେଖିବାକୁ ମିଳିଥିଲା। ହୁଳହୁଳି ଓ ହରିବୋଲ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିବା ବେଳେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଗାମୀ ଦୁର୍ଗା ପୂଜାକୁ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ପାଳନ କରିବା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed