October 11, 2026

ବାରିଗାଁ ହାଇସ୍କୁଲ କର୍ମଚାରୀଙ୍କୁ ଅବସର ସମ୍ବର୍ଦ୍ଧନା

IMG-20261007-WA0076
Share

 

 

ହାଟଡିହି ତା ୭/୧୦(ମନମୋହନ ନାୟକ) : ବାରିଗାଁ ହାଇସ୍କୁଲ କର୍ମଚାରୀ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କୁ ଅବସର କାଳୀନ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଟଡିହି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡା, ମୁଖ୍ୟ ବକ୍ତା ଭାବେ ସୋସୋ କଲେଜର ପୂର୍ବତନ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ, ପୂର୍ବତନ ବିଇଓ ଧନେଶ୍ୱର ଖଣ୍ଡେଇ, ଓଷ୍ଟାର ରାଜ୍ୟ ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଓଷ୍ଟାର ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ଘଡେଇ, ଓଷ୍ଟାର ବ୍ଲକ ସଭାପତି ନବଘନ ନାୟକ, ବ୍ଲକ ସମ୍ପାଦକ ଶିଶିର କୁମାର ବିଶ୍ୱାଳ, ସ୍କୁଲ ପରିଚାଳନା କମିଟି ସଭାପତି ବିକ୍ରମ କେଶରୀ ବିଶ୍ୱାଳ, ଓଷ୍ଟାର ଜିଲ୍ଲା ଯୁଗ୍ମ ସମ୍ପାଦକ ଅନିରୁଦ୍ଧ ସେଠୀ, ବିଦ୍ୟାଳୟ ପ୍ରତିଷ୍ଠାତା ରବି ନାରାୟଣ ପାତ୍ର, ସିଆରସିସି ନିରଞ୍ଜନ ପଣ୍ଡା, ପୂର୍ବତନ ସିଆରସିସି କେଶବ ଚନ୍ଦ୍ର କର ପ୍ରମୁଖ ଯୋଗଦେଇ ଜନ୍ମ ହେଲେ ମୃତ୍ୟୁ ଯେପରି ଅନିର୍ଵାର୍ଯ୍ୟ ଠିକ ସେହିପରି ସରକାରୀ ଚାକିରୀ କରିଥିଲେ ଅବସର ନେବା ସୁନିଶ୍ଚିତ। ତେଣୁ ଏହା ସମ୍ପୃକ୍ତ ଅନୁଷ୍ଠାନ ଓ କର୍ମଚାରୀ ପାଇଁ ଏକ ଦୁଖଦଃ ସମୟ ବୋଲି ମତ ଦେବା ସହିତ ବିଦାୟୀ କର୍ମଚାରୀଙ୍କ କର୍ମମୟ ଜୀବନ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଉପଢୌକନ, ଉତ୍ତରୀୟ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଗୟାଧର ମଲ୍ଲିକ, ଉତ୍ତମ ଚରଣ ଦାସ, ଜୟନ୍ତ କୁମାର ମଣ୍ଡଳ, ନାରାୟଣ ଚନ୍ଦ୍ର ସେଠୀ, ଅରୁଣ କୁମାର ଦାସ, ଦେବେନ୍ଦ୍ର ଖୁଣ୍ଟିଆ, ନଳିନୀ କାନ୍ତ ପଣ୍ଡା, ଗୋପାଳ କୃଷ୍ଣ ପାତ୍ର, ବସନ୍ତ କୁମାର ଦାସ, ଅଜୟ କୁମାର ଭୋଇ ପ୍ରମୁଖ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

You may have missed