November 17, 2026

ପାର୍ଥ ସାରଥୀ ଧାମ ଜରଡ଼ା ରେ ରଥଯାତ୍ରା.. ତିରିଶ ହଜାର ଭକ୍ତଙ୍କ ସମାଗମ..

IMG-20240707-WA0035
Share

 

ଚିକିଟି( ସନ୍ତୋଷ କୁମାର ପ୍ରଧାନ)ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡ଼ା ରଥଯାତ୍ରା ରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରୁ ଝିପି ଝିପି ବର୍ଷା ସତ୍ବେ ପ୍ରାୟ ୩୦ ହଜାର ଭକ୍ତ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳି ଥିଲା।ବିଧି ବିଧାନ ପୂର୍ବକ

ଶ୍ରୀ ପାର୍ଥ ସାରଥୀ ଗୋସାଇଁ ଓ ଜଗନ୍ନାଥ ମହାପ୍ରଭୁ ଙ୍କ ପହଣ୍ଡି ପରେ ରାଜା ସାହେବ ଦୀପକ ଚନ୍ଦ୍ର ଦେଓ ଛେରା ପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥ ଦକ୍ଷିଣ ମୋଡ଼ ନେଇ ବିଶ୍ରାମଗାର ନିକଟରେ ବହୁ ସମୟ ଧରି ଅଟକି ଯାଇଥିଲା।ବହୁ ମାନସିକ ଧରି ଶିଶୁ ମାନଙ୍କୁ ରଥରେ ଗଡ଼ାଇ ଚଣା ପକାଇଥିଲେ। ମାଜିଷ୍ଟ୍ରେଟ ଅଶୋକ ପଟ୍ଟନାୟକ ଓ ଜରଡ଼ା ଥାନା

ଆଇ ଆଇ ସି ଟୁନା ସାସମଲ ଙ୍କ ଅଧ୍ୟକ୍ଷତା ରେ ବ୍ୟାପକ ପୋଲିସ ମୁତୟନ ହୋଇ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରଯାଇଥିଲା। ମନ୍ଦିର ପରିଚାଳନା କମିଟି ଯାତ୍ରା ଟିକୁ ବହୁ ଆଡମ୍ବର ସହ ପରିଚାଳନା ସଙ୍ଗେ ସହଯୋଗରେ ପାଳନ କରିଥିଲେ।

You may have missed