ଉଦ୍ଘାଟିତ ହେଲା ନବନିର୍ମିତ ଶିଆଳି ପୋଲିସ ସହାୟତା କେନ୍ଦ୍ର…

ଜଗତସିଂହପୁର,ଏରସମା… …
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜଗତସିଂହପୁର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଏରସମା ବ୍ଲକ ଅନ୍ତର୍ଗତ ଶିଆଳିଠାରେ ନବନିର୍ମିତ ପୋଲିସ ସହାୟତା କେନ୍ଦ୍ର (Police Aid Post) ଉଦ୍ଘାଟିତ ହୋଇଯାଇଛି । ଏହି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇ.ଜି.ପି. ଶ୍ରୀ ସତ୍ୟଜିତ ନାୟକ, ଜଗତସିଂହପୁର ଏସ୍ପି ଶ୍ରୀ ଅଙ୍କିତ କୁମାର ବର୍ମା ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଜେ. ସୋନାଲ ।ଏହି ଉଦ୍ଘାଟନୀ ଉତ୍ସବରେ ତିର୍ତ୍ତୋଲ ଏସ୍.ଡି.ପି.ଓ ଅଜୟ କୁମାର ଦାସ, କୁଜଙ୍ଗ ଥାନା ଅଧିକାରୀ ଶିବାଶିଷ ଦାସ,ଏରସମା ଥାନା ଅଧିକାରୀ ପାର୍ଥ ପ୍ରତିମ୍ ବେଉରାଙ୍କ ସମେତ ଏରସମା ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶିଆଳି ସମୁଦ୍ରକୂଳକୁ ପ୍ରତିଦିନ ବହୁ ପର୍ଯ୍ୟଟକ ଓ ପରିଦର୍ଶକ ଆସୁଥିବାରୁ ଏଠାରେ ପୋଲିସ ସହାୟତା କେନ୍ଦ୍ର ସ୍ଥାପନ ହେବା ଦ୍ୱାରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ତ୍ୱରିତ ପୋଲିସ ସେବା ମିଳିପାରିବ । ଏହି ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ପ୍ରକାଶ ପାଇଛି ।
