August 7, 2026

ଶ୍ରୀଜୀଉଙ୍କ ଦର୍ଶନ କଲେ ଉତ୍ତରପ୍ରଦେଶ ମହିଳା କମିଶନ ଉପାଧ୍ୟକ୍ଷା 

IMG-20260806-WA0071
Share

 

 

ପୁରୀ,୬/୮- ଉତ୍ତରପ୍ରଦେଶ ରାଜ୍ଯ ମହିଳା କମିଶନ ଉପାଧ୍ୟକ୍ଷା ଓ ଉତ୍ତରପ୍ରଦେଶ ବିଜେପିର ନେତ୍ରୀ ଅପର୍ଣ୍ଣା ଯାଦବ ପୁରୀଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବେଢା ଭିତର ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିଛନ୍ତି । ଭାରତର ସନାତନ ଧର୍ମର ମହତ୍ବ ଓ ଧର୍ମ ର ପ୍ରଚାର ଓ ପ୍ରସାର ସହ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ସବୁବେଳେ ଭାରତର ଲୋକ ମାନଙ୍କ ଉପରେ ଆଶୀର୍ବାଦ ରହିଛି । ଧାର୍ମିକ କ୍ଷେତ୍ର ଶ୍ରୀକ୍ଷେତ୍ର । ଏହି କ୍ଷେତ୍ରରେ ପାଦସ୍ପର୍ଶ କରି ସେ ଧନ୍ଯ ହୋଇଛନ୍ତି । ମହାପ୍ରଭୁଙ୍କ ଅଲୌକିକ ଶକ୍ତିର ମହିମା ଅପାର । ଓଡ଼ିଶାର ପର୍ବପର୍ବାଣୀ ଓ ହରହର ମହାଦେବଙ୍କ ଶ୍ରାବଣ ମାସର କାଉଡିଆ ଯାତ୍ରାକୁ ଧାର୍ମିକ ଆଧ୍ୟାତ୍ମିକ ଓ ପରମ୍ପରା ପର୍ବ ବୋଲି କହିଥିଲେ । ଉତ୍ତରପ୍ରଦେଶରେ ମଧ୍ଯ ଶ୍ରାବଣ ମାସର କାଉଡିଆ ଉପାସନାର ମହତ୍ବ ଓ ଆଧ୍ୟାତ୍ମିକ କଥା କହିଥିଲେ । ତାଙ୍କ ଗସ୍ତ ସମୟରେ ପଦ୍ମଶ୍ରୀ ଡକ୍ଟର ରବିନାରାୟଣ ବସ୍ତିଆ, ବିଜେପିର ରାଜ୍ଯ ପ୍ରବକ୍ତା ତଥା ଆଇନଜୀବୀ ବିରଜା ଶଙ୍କର ମିଶ୍ର, ସମାଜସେବୀ ସୁରେଶ ଚନ୍ଦ୍ର ନନ୍ଦଙ୍କ ସମେତ ବହୁ ବରିଷ୍ଠ ବିଜେପିର ନେତା ପୁରୀ ସର୍କିଟ ହାଉସ ଠାରେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed