August 6, 2026

ଘଞ୍ଚ ଜଙ୍ଗଲ ଭିତରେ ଚାଲିଥିଲା ଦେଶୀ ବନ୍ଧୁକ ତିଆରି କାରଖାନା, ପୋଲିସର ଚଢାଉ, ୨ ଗିରଫ, ୨ ବନ୍ଧୁକ ସମେତ ବହୁ ସାମଗ୍ରୀ ଜବତ 

IMG-20260806-WA0070
Share

 

ବୁଗୁଡ଼ା : ତା ୦୬/୦୮/୨୬ : ବୁଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା l ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ବନ୍ଧୁକ ବିକ୍ରି କରିବାକୁ ଆସିଥିବା ବେଳେ ପୋଲିସ ଦୁଇ ଜଣଙ୍କୁ ଧରି ଖୋଳତାଡ଼ କରି ଜଙ୍ଗଲ ଭିତରେ ଚାଲିଥିବା ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚଡାଉ କରି ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି l ସୂଚନା ଅନୁଯାୟୀ, ଗତକାଲି ରାତିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦୁଇ ଜଣ ବ୍ୟକ୍ତି ଦେଶୀ ବନ୍ଧୁକ ନେଇ ଆସିଥିବା ଏବଂ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ଖବର ପାଇ ବାଲିପଦର ଏସଆଇ କେ.ନୀଳାଦ୍ରି ରେଡ୍ଡୀଙ୍କ ନେତୃତ୍ୱରେ ପୋଲିସ ଟିମ ଝୋଲୋରୀ ଓ ବାଲିପଦର ମଧ୍ୟରେ ଦୁଇ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରିଥିଲେ l ଗିରଫ ବ୍ୟକ୍ତି ଦ୍ବୟ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ଜଡ଼ାପଲ୍ଲୀ ଗ୍ରାମର ସୁବାସ ଗମାଙ୍ଗ (୩୫) ଓ ବିଦୁ ଦଳବେହେରା (୫୦) l ସେମାନଙ୍କୁ ଜେରା କଲା ପରେ ଜଙ୍ଗଲ ଭିତରେ ସେମାନେ ବନ୍ଧୁକ ତିଆରି କରୁଥିବା ଜଣାପଡିଥିଲା। ଫଳରେ ପୋଲିସ ଟିମ ଗାଙ୍ଗପୁର ଓ ସୋରଡ଼ା ମଧ୍ୟସ୍ଥ ସିଆରିମାଳ ଜଙ୍ଗଲ ଭିତରେ ଥିବା ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚଡାଉ କରି ବିପୁଳ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଥିଲେ l ଏ ନେଇ କେସ ନଂ- ୩୮୧/୨୬ରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦୀପକ କୁମାର ମିଶ୍ର ,ବୁଗୁଡ଼ା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ଏସଆଇ ଅଜୟ ମଲ୍ଲିକ ଓ ବାଲିପଦର ଫାଣ୍ଡି ଅଧିକାରୀ କେ. ନୀଳାଦ୍ରି ରେଡ୍ଡୀ ଉପସ୍ଥିତ ରହି ସୂଚନା ଦେଇଥିଲେ l