ଗାଁ ର ନାମ ସିଆରା, ଗୋଚର ଜମି ହାତେଇବାରେ ପ୍ରଫୁଲ୍ଲ ପ୍ରଧାନ ନିଆରା
ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ପଣସପଦା ଗ୍ରାମପଞ୍ଚାୟତ ର ସିଆରା ଗ୍ରାମ ର କଥା l ଦୀର୍ଘ ବର୍ଷ ହେବ ସିଆରା ଗ୍ରାମରେ ଥିବା ଆଠ ଏକର ୨୬୮ ଡ଼ିସିମିଲ ଗୋଚର ଜମିରେ ଗ୍ରାମବାସୀ ଗାଈ ଚରାଇ ଆସୁଥିବା ସହିତ କାଜୁ, ଝାଉଁ ଏବଂ ପଟାସ ରୁ ଆଦାୟ ହେଉଥିବା ଅର୍ଥ ଗ୍ରାମ ଠାକୁର ପୂଜକଙ୍କ ଖର୍ଚ୍ଚ ବହନ କରିଥାନ୍ତି l ଏଥିସହିତ ଗ୍ରାମ ସ୍ମଶାନ ମଧ୍ୟ ଏହି ଗୋଚର ଜମିରେ ଅବସ୍ଥିତ l କିନ୍ତୁ ବର୍ତ୍ତମାନ ପାଇଁ ଗ୍ରାମବାସୀ ମାନଙ୍କପାଇଁ ଦୁଃଖର ବିଷୟ ଏହିକିଯେ ଗ୍ରାମର ଜୈନିକ ବ୍ୟକ୍ତି ସେହି ଗୋଚର ଜମିରେ ଗାଈ ଚରାଉଥିବା ବେଳେ ସେହି ଗ୍ରାମର ପ୍ରଫୁଲ୍ଲ ପ୍ରଧାନ ଏବଂ ତାଙ୍କ ପୁତ୍ର ସେହି ବ୍ୟକ୍ତିଙ୍କୁ କଟୁରୀ ଧରି ହାଣିବାକୁ ଗୋଡ଼ାଇଥିଲେ ଏହା ଆମ ଜମି ଏଠାରେ ଗାଈ ଚରାନାହିଁ l ଜୈନିକ ବ୍ୟକ୍ତି ଗାଁକମିଟିକୁ ଜଣାଇଥିଲେ l ଗାଁରେ ଗ୍ରାମ୍ୟସଭା ବସିଥିଲା l ପରଦିନ ଗାଁ ସଭାପତି ବାପୁଜୀ ପ୍ରଧାନ, ପୂର୍ବତନ ସରପଞ୍ଚ ତ୍ରିନାଥ ପ୍ରଧାନ ଏବଂ ଗାଁର ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ପୁରୀ କୋର୍ଟ କୁ ଆସି ନଥିପତ୍ର ଯାଞ୍ଚ କରି ଜାଣିଥିଲେ ଯେ ପ୍ରଫୁଲ୍ଲ ପ୍ରଧାନ ନିଜ ନାମରେ ଗୋଚର ଜମି କରିବାପାଇଁ ଚାରୋଟି ପଟା ମଧ୍ୟମରେ କୋର୍ଟ ଅର୍ଡର ନେଇ ଆସିଛି l ଏହା ବିରୋଧରେ ଗ୍ରାମ କମିଟି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ତହସିଲଦାର ଙ୍କୁ ଲିଖିତ ଦରଖାସ୍ତ ଦେବା ସହିତ ଉଚ୍ଚିତ ନ୍ୟାୟ ନମିଳିଲେ ସିଆରା ଗ୍ରାମବାସୀ ନିଜ ପରିବାର ସହିତ ରାଜରାସ୍ତା ଅବରୋଧ କରିବାପାଇଁ ଧମକ ଦେଇଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
