June 16, 2026
IMG-20230904-WA0036
Share

ମୟୂରନଚାରେ ବନ ବିଭାଗର ବୈଠକ

ହାଟଡିହି,୪/୯: ହଦଗଡ଼ ହସ୍ତୀ ଅଭୟାରଣ୍ୟ ଅଂଚଳ ମଧ୍ୟରେ ଥିବା ମୟୂର ନଚା ଗ୍ରାମ ଠାରେ ଆର୍ ସି ଡ଼ି ସି ଅନୁଷ୍ଠାନ ଦ୍ଵାରା ବନ ବିଭାଗର ଅଧିକାରୀମାନେ ଓ ସ୍ୱଇଁ ସହାୟକ ଗୋଷ୍ଠୀ ମହିଳା ଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି,ସୂଚନା ଯୋଗ୍ୟ ବନବାସୀ ମାନଙ୍କୁ ବିଭିନ୍ନ ପ୍ରକାରର ଅର୍ଥ ନୈତିକ ଧନ୍ଦା ମୁଳକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଆଗେଇଆସୁଛନ୍ତି,ସେହିପରି ମୟୂର ନଚ ର ମହିଳା ଙ୍କୁ ତାଲିମ ଓ ଉତ୍ପାଦିତ ଦ୍ରବ୍ୟ ବିକ୍ରି ବଟା କରି ସ୍ବାବଲମ୍ବୀ କରିବା ପାଇଁ ଆର୍ ସି ଡ଼ି ସି ବନ ବିଭାଗ ଅଧିକାରୀ ଙ୍କୁ ଅବଗତ କରାଇଥିଲେ,ଆଜିର କାର୍ଯକ୍ରମ ରେ ବନାଞ୍ଚାଲ ଅଧିକାରୀ ଶ୍ରୀ ମାର୍ଶାଲ କିଷ୍କୁ,ବନପାଲ ଶ୍ରୀ କେଦାର ପାତ୍ର ଯୋଗ ଦେଇ ସ୍ଥାନୀୟ ମହିଳା ଙ୍କ ବିଭିନ୍ନ ସମସ୍ୟାକୁ ଶୁଣିଥିଲେ,ଆଲୋଚନା ବେଳେ ରାସ୍ତା ନିର୍ମାଣ ସମସ୍ୟା ,ମୋବାଇଲ ଟାୱାର ର ସମସ୍ୟାକୁ ମହିଳା ମାନେ ଦୃଷ୍ଟି ଆକର୍ଷଣ କରିଥିଲେ,କାର୍ଯକ୍ରମ ପରିଚାଳକ ଆନନ୍ଦ ସେଠୀ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଗ୍ରାମ ସଭା କରାଇ ଗୋଷ୍ଟି ଉନ୍ନୟନ ଅଧିକାରୀ ହାଟଡିହି ଙ୍କ ମାଧ୍ୟମରେ ବନଖଣ୍ଡ ଅଧିକାରୀଙ୍କ ନଜରକୁ ତେର ପ୍ରକାର ଉନ୍ନତି ମୂଳକ କାମ ପାଇଁ ଅନୁମୋଦନ ନିମିତ୍ତ ପଠାଇବାକୁ ବୁଝାଇଥିଲେ,ଅକ୍ଟୋବର ମାସ ମଧ୍ୟରେ ବନ ବିଭାଗର ପୁରୁଣା ଘରେ ବିଭିନ୍ନ ମସଲା ପ୍ୟାକେଟ କରିବା ଗୁଣ୍ଡ କରି ବଜାର ରେ ବିକ୍ରିବଟା କରି ଦୁଇ ପଇସା ରୋଜଗାର ପାଇଁ ମହିଳା ମାନେ ବନ ବିଭାଗ କୁ ଆଜିର ବୈଠକ ରେ ଅନୁରୋଧ କରିବା ପରେ ଏହି କାମ ନିଶ୍ଚିତ ଭାବେ କରିବାକୁ ସହଯୋଗ ମିଳିବ ବୋଲି,ପ୍ରକାଶ ପାଇଥିଲା,କାର୍ଯକ୍ରମ ଶେଷରେ ବୁଦ୍ଧି ରାମ ପୂର୍ତ୍ତି ଧନ୍ୟ ବାଦ ଅର୍ପଣ କରିଥିଲେ,।
ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ

You may have missed