ଗୁରୁଜଙ୍ଗ ହାଇସ୍କୁଲ ରେ ପିତାମାତା, ଅଭିଭାବକ ପରିଚାଳନା କମିଟି କୁ ନେଇ ପ୍ରଥମ ବୈଠକ
ଖୋର୍ଦ୍ଧା ( ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ପୌରପରିଷଦ ଅଧୀନ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁରୁଜଙ୍ଗ ପରିସରରେ ପ୍ରଧାନ ଶିକ୍ଷକ ବିଭୂତି ଭୁଷଣ ଜେନା ଙ୍କ ଆୟୋଜନ ରେ ପିତାମାତା, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ପ୍ରଧାନ ଶିକ୍ଷକ ବୈଠକ ର ଆଭିମୁଖ୍ୟ ଉପରେ କହିବା ସହିତ ଜାତୀୟ ଶିକ୍ଷାନୀତି ଓ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(OSEPA )ଦ୍ୱାରା ପ୍ରେରିତ ଏଜେଣ୍ଡା ଉପରେ ପୁଙ୍ଖାନୁପୁଙ୍ଖ କହି ପଢି ଶୁଣାଇଥିଲେ l ସେହିପରି ଗତବର୍ଷ ବିଦ୍ୟାଳୟ ରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଚଳିତ ବର୍ଷ ବିଦ୍ୟାଳୟ ରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଯଥା -ବିଦ୍ୟାଳୟ ରେ ସ୍ୱଚ୍ଛତା ପକ୍ଷ ପାଳନ , ସୁରଭି କାର୍ଯ୍ୟକ୍ରମ,ବିଦ୍ୟାଳୟ ବାହାରେ ଥିବା ଓ ଅଧାରୁ ଛାଡ଼ିଥିବା ପିଲାଙ୍କୁ ଶିକ୍ଷା ର ମୁଖ୍ୟ ସ୍ରୋତ ରେ ସାମିଲ କରି ବିଦ୍ୟାଳୟ ରେ ନାମ ଲେଖା ହାର ବୃଦ୍ଧି କରିବା ,ମା, ପାଇଁ ଗଛ ଟିଏ,ନିଶାମୁକ୍ତ ଭାରତ, ବିକଶିତ ଭାରତ ର ପରିଚୟ, ହର ଘର ତ୍ରିରଙ୍ଗା,ଡିଜିଟାଲ ଦୁନିଆରେ ପିଲାଙ୍କ ସୁରକ୍ଷା ଅଭିଭାବକ ଙ୍କ ଭୂମିକା,ଭିନ୍ନକ୍ଷମ ଶିକ୍ଷାର୍ଥୀ ଙ୍କ ପାଇଁ ସରକାର ଙ୍କ ତରଫରୁ ଥିବା ବିଭିନ୍ନ ସୁବିଧା ସୁଯୋଗ ଓ ସେମାନଙ୍କ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଙ୍କ ଦାୟିତ୍ୱ,ବୃତ୍ତି ମାର୍ଗ ଦର୍ଶନ, ଭବିଷ୍ୟତ ଯୋଜନା ରେ ପିତା ମାତା ଙ୍କ ଭୂମିକା ସହିତ ବିଦ୍ୟାଳୟ ର ଭିତ୍ତିଭୂମି, ପିଲାଙ୍କୁ ଉନ୍ନତ ଶିକ୍ଷା ନିମନ୍ତେ ଗଠନ ମୂଳକ ପ୍ରସ୍ତାବ ଉପରେ ଦୀର୍ଘ ସମୟ ଧରି ଆଲୋଚନା, ପର୍ଯ୍ୟାଲୋଚନା ହୋଇଥିଲା l ପରେ ଉପସ୍ଥିତପିତାମାତା,ଅଭିଭାବକ ମାନେ କହିଥିଲେ କି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟ ରେ ପାଠପଢାକୁ ଗୁରୁତ୍ୱ ଦେବା ସହିତ ନୈତିକ ଶିକ୍ଷା ପ୍ରତି ଗୁରୁତ୍ୱ ଦେଲେ ଭଲ ହେବ l କାରଣ ବର୍ତମାନ ସମୟରେ ପିଲାଙ୍କ ପାଠ ପଢା ଯେତିକି ଜରୁରୀ ତାହା ଠାରୁ ପିଲାଙ୍କ ନିତିଦିନିଆ ବ୍ୟବହାର, ସଂସ୍କାର ର ଆବଶ୍ୟକତା ରହିଛି, ତେବେ ପିଲାଙ୍କୁ ଭଲ ମଣିଷ କରି ଗଢ଼ିବାକୁ ହେଲେ ଶିକ୍ଷକ ଶିକ୍ଷୟିତ୍ରୀ, ଙ୍କ ଯେତିକି ଦାୟିତ୍ୱ ରହିଛି ତାହା ସହିତ ପିତାମାତା, ଅଭିଭାବକ ଙ୍କ ସେତିକି ଦାୟିତ୍ୱ ରହିଛି ବୋଲି ମତ ଉଠିଥିଲା l ଏହି ବୈଠକ ପରିଚାଳନା କମିଟି ସଭାପତି ଗୌତମ କୁମାର ପଟଯୋଶୀ,ଉପସଭାନେତ୍ରୀ ରେଣୁବାଳା ବେହେରା, ସଦସ୍ୟ ସମରେନ୍ଦ୍ର ଶତପଥି, ଗୋପାଳକୃଷ୍ଣ ପ୍ରଧାନ,ଶିକ୍ଷକ ହଟକିଶୋର ବେହେରା,ଶିକ୍ଷୟିତ୍ରୀ ଶୁଭୁସ୍ମିତା ହରିଚନ୍ଦନ,ସରସ୍ବତୀ ସିଂ, ବିଷ୍ନୁପ୍ରିୟା ମହାପାତ୍ର,କମିଟି ର ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲା ବେଳେ ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ସୁଚିତ୍ରା ନାୟକ ଧନ୍ୟବାଦ ଦେଇଥିଲେ l
