August 4, 2026

ମହେନ୍ଦ୍ରଗିରି(ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ

IMG-20260804-WA0037
Share

 

 

ପାରଳାଖେମୁଣ୍ଡି:୪/୮(ଗରୁଡ଼ ଧ୍ଵଜ ଚୌଧୁରୀ)

୨୦୨୬-୨୭ ଶିକ୍ଷାବର୍ଷର ପ୍ରଥମ ଶିକ୍ଷକ ଓ ଅଭିଭାବକ ବୈଠକ ସ୍ଥାନୀୟ ମହେନ୍ଦ୍ରଗିରି(ପୌର)ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଂକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଓ ଉପ ସଭାନେତ୍ରୀଂକ ସହ ସମ୍ମାନିତ ଅତିଥି ରୂପେ ପୌରପରିଷଦର କାଉନସିଲର ବାଳକୃଷ୍ଣ ପାତ୍ର ଏବଂ ବିଦ୍ୟାଳୟର ପୁରାତନ ଛାତ୍ର ଭାଗବତ ପାଢୀ ମଂଚାସୀନ ଥିଲେ।ଗୁଣାତ୍ମକ ଶିକ୍ଷା ସମ୍ୱନ୍ଧରେ ଅବଗତ କରିବାସହ ଅଭିଭାବକ ମାନଂକ ଭୂମିକା ସମ୍ପର୍କରେ ଅତିଥି ମାନେ ବୁଝାଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରଧାନଶିକ୍ଷକ ପଠନ କରିଥିଲେ।ତତ୍ ସଂଗେସଂଗେ ସ୍ୱଚ୍ଛତା,ଏକପେଡ୍ ମାକେ ନାମ୍ ଏବଂ ନିଶା ତଥା ଧୂମ୍ରପାନମୁକ୍ତ ଅଂଚଳ ସମ୍ପର୍କରେ ଅବଗତ କରିଥିଲେ।୪୦ରୁ ଉର୍ଦ୍ଧ୍ବ ଅଭିଭାବକ ଯୋଗଦାନ କରିଥିଲେ।