June 16, 2026

କୋଲାବ ଜଳ ଭଣ୍ଡାରେ ବୁଡି ଛାତ୍ରଙ୍କ ମୃତ୍ୟୁ,

IMG-20260504-WA0001
Share

୦୪/୦୫/୨୦୨୬ (ଗୁପ୍ତେଶ୍ୱର ରଥ)କୋରାପୁଟ: କୋଲାବ ଜଳ ଭଣ୍ଡାରେ ବୁଡି ଜଣେ +3 ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାମ ମୋଜେଶ ଖୋସ୍ଲା ବୋଲି ଜଣାପଡିଛି। ସେ କୋଲାବ ନଗର ପୋଲିସ କଲୋନୀରେ ରହୁଥିଲେ ଏବଂ ସେମିଳିଗୁଡା ମହାବିଦ୍ୟାଳୟରେ କମର୍ସ ବିଭାଗର +3 ଛାତ୍ର ଥିଲେ। ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ମୋଜେଶ ସାଙ୍ଗମାନଙ୍କ ସହ କୋଲାବ ଜଳଭଣ୍ଡାର ନିକଟକୁ ରିଲ୍ କରିବା ପାଇଁ ଯାଇଥିଲେ। ଫେରିବା ବେଳେ ଶୌଚ କରିବାକୁ ଯାଇଥିବା ସମୟରେ ହଠାତ୍ କାଳବୈଶାଖୀ ଆସିଯାଇଥିଲା। ପବନ ସହ ବର୍ଷା ହେବାରୁ ସେ ଭାରସାମ୍ୟ ହରାଇ ପାଣିରେ ବୁଡି ଯାଇଥିଲେ। ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପାଣିରୁ ଖୋଜି ବାହାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣାରେ ସେମିଳିଗୁଡା ମହାବିଦ୍ୟାଳୟ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

You may have missed