June 16, 2026

ବିଜେପି ତରଫରୁ ପୋଲିସ ଡିଜି, କମିସନର ଓ ଡିସିପି ଙ୍କ ନାମରେ ଏତଲା ।।

uihoih
Share

 

କେନ୍ଦ୍ରାପଡ଼ା
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପୋଲିସ ର ତଦନ୍ତରେ ଢିଲାପଣ ପାଇଁ ଗତ ଫେବୃଆରୀ 28 ତାରିଖରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବିଧାନସଭା ସମ୍ମୁଖରେ ହୋଇଥିବା ବିକ୍ଷୋଭ ବେଳେ ପୋଲିସ ର ବିକ୍ଷୋଭ କାରୀ ମାନଙ୍କ ଉପରେ ବର୍ବାରୋଚିତ ଆକ୍ରମଣ କରିବା, ମହିଳା ମାନଙ୍କୁ ଟଣା ଭିଡା କରିବା ଓ 22ଜଣ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନଙ୍କ ବିରୁଦ୍ଧରେ ଉଦ୍ଦେଶ୍ୟ ମୂଳକ ଭାବେ ଗିରଫ କରିବା ଓ ନାନା ସଂଗୀନ ଦଫା ଲଗାଇବା ପ୍ରତିବାଦରେ ବିଜେପି ତରଫରୁ କେନ୍ଦ୍ରାପଡ଼ା ବିଧାନସଭା ଅନ୍ତର୍ଗତ ସମସ୍ତ ପୋଲିସ ଷ୍ଟେସନ ରେ ଏତଲା ଦିଆଯାଇଛି l ଏତଲାରେ ପୋଲିସ ଡିଜି ସୁନିଲ ବଂଶଲ, ଭୁବନେଶ୍ୱର – କଟକ ପୋଲିସ କମିସିନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ପକ୍ଷ ଭୁକ୍ତ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବୀ କରାଯାଇଛି l ବିଧାନସଭା ନେତା ସୁନାକର ବେହେରାଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ତଥା ଯୁବ ମୋର୍ଚ୍ଚା ପ୍ରଭାରୀ ଅଭିମନ୍ୟୁ ଗୋଛାୟତ, ଲୋକସଭା ବିସ୍ତାରକ ଅନୁପ କୁମାର ପରିଡା, ଜିଲ୍ଲା ସମ୍ପାଦକ ଅମିତାଭ ସୁଆର,ମଣ୍ଡଳ ସଭାପତି ଉମାକାନ୍ତ ନାୟକ, ଶଶାଙ୍କ ଶେଖର ଓଝା, ମଦନ ମୋହନ ବେହେରା, ଦୟାନିଧି ବଳ, ଯୁବନେତା ରାଜେନ୍ଦ୍ର ଗିରି, ସନ୍ଦୀପନି ଆର୍ଯ୍ୟକୁମାର, ନିହାର ରଞ୍ଜନ ମହାନ୍ତି, ପ୍ରଭାତ ରଞ୍ଜନ ସ୍ୱାଇଁ,ରଞ୍ଜନ କୁମାର ରାଉତ, ଚିତ୍ତରଞ୍ଜନ ସ୍ୱାଇଁ,ଅଶୋକ ସ୍ୱାଇଁ,ଶେଷଦେବ ପ୍ରଧାନ, ରତ୍ନାକର ଦାସ, ଅର୍ଜୁନ ମଲ୍ଲିକ, ସର୍ବେଶ୍ୱର ବେହେରା, ବାଞ୍ଛାନିଧି ରାଉତ, ବାଦଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସଦର ଥାନା, ଟାଉନ ଥାନା ଓ ନିକିରାଇ ଥାନାରେ ଏତଲା ଦିଆଯାଇଥିଲା l
ରିପୋର୍ଟ – ଗୋକୁଳ

You may have missed