November 3, 2026

କାଶୀନଗରରେ ଧୁମଧାମରେ ଚାଲିଛି ମା’ ଲକ୍ଷ୍ମୀଙ୍କ ପୂଜା

IMG-20261103-WA0121
Share

 

ମା’ ଲକ୍ଷ୍ମୀଙ୍କ ଦର୍ଶନ କଲେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସମେତ ବରିଷ୍ଠ ନେତୃବୃନ୍ଦ

 

କାଶୀନଗର, ଗଜପତି: ଗଜପତି ଜିଲ୍ଲାର କାଶୀନଗର ସହରରେ ମା’ ଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ଚାଲିଛି। ମା’ଙ୍କ ଆଗମନକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବା ବେଳେ ଭକ୍ତମାନଙ୍୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହେଉଛି।

 

ଏହି ପବିତ୍ର ଅବସରରେ ଆଜି ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ କାଶୀନଗରରେ ପହଞ୍ଚି ମା’ ଲକ୍ଷ୍ମୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ମା’ଙ୍କ ନିକଟରେ ଶ୍ରଦ୍ଧା ଓ ଭକ୍ତିଭାବରେ ପ୍ରାର୍ଥନା କରିବା ସହ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି, ଶାନ୍ତି ଓ ମଙ୍ଗଳ କାମନା କରିଥିଲେ।

 

ବିଧାୟକଙ୍କ ସହ ଏହି ଅବସରରେ ବରିଷ୍ଠ ନେତା କଟିକି ରାମା ରାଓ, ରଘୁରାମ ସାହୁ, ମଧୁବାବୁ, ଜିଲ୍ଲା ପରିଷଦ ସଦସ୍ୟ ଏସ୍. ବାଲାରାଜୁଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ସମସ୍ତେ ମା’ ଲକ୍ଷ୍ମୀଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।

 

କାଶୀନଗରରେ ଆୟୋଜିତ ଏହି ଲକ୍ଷ୍ମୀପୂଜା ଧାର୍ମିକ ଆସ୍ଥା, ସାମାଜିକ ଏକତା ଓ ଭାଇଚାରାର ଏକ ସୁନ୍ଦର ଉଦାହରଣ ଭାବେ ପରିଲକ୍ଷିତ ହେଉଛି। ପୂଜା ମଣ୍ଡପରେ ଭକ୍ତମାନଙ୍୍କ ଭିଡ଼ ସହ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଆଗମନ ଉତ୍ସବକୁ ଆହୁରି ଆକର୍ଷଣୀୟ କରିଛି।

 

ମା’ ଲକ୍ଷ୍ମୀଙ୍କ କୃପାରେ ସମଗ୍ର କାଶୀନଗର ଅଞ୍ଚଳ ସୁଖ, ଶାନ୍ତି, ସମୃଦ୍ଧି ଓ ଉନ୍ନତିର ପଥରେ ଆଗେଇ ଯାଉ—ଏହି ମଙ୍୍ଗଳ କାମନା ସହ ପୂଜାର ଆଧ୍ୟାତ୍ମିକ ପରିବେଶ ଭକ୍ତମାନଙ୍୍କ ମନରେ ନୂତନ ଉତ୍ସାହ ଓ ଆନନ୍ଦ ଭରିଦେଇଛି।

You may have missed