ଉମରକୋଟ ଠାରେ ଶିକ୍ଷା ମନ୍ତ୍ରୀଙ୍କ ଏକାଧିକ ସ୍ଥାନରେ ଭିତ୍ତିପ୍ରସ୍ତର ଓ ଉଦଘୀଟନୀ କାର୍ଯ୍ୟକ୍ରମ…….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ସୋମବାର ନବରଂଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀର ବୁର୍ଜା ମଣ୍ଡଳର ବିଭିନ୍ନ ସ୍ଥାନରେ ଭିତ୍ତିପ୍ରସ୍ତର ଏବଂ ଉଦ୍ଘାଟନ କାର୍ଯ୍ୟକ୍ରମ କରିଛନ୍ତି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସେମଳା ଠାରେ ୫୦ ଶଯ୍ୟା ବିଷିଷ୍ଟ ଛାତ୍ରାବାସ ଏକ କଟି ଛବିଶି ଲକ୍ଷ୍ଯ ଟଙ୍କାର, ସୁନାବେଡା ନାଇକ ଗୁଡା ଠାରେ ମାଁ କଂକାଳୁନୀ ମନ୍ଦିର ପୁନ୍ନରଉଦ୍ଧାର ନିମନ୍ତେ ୪ଲକ୍ଷ ଟଙ୍କାର,ସୁନାବେଡା ସେବାଶ୍ରମ ସ୍କୁଲ ଠାରେ ୫୦ ଶଯ୍ୟା ବିଷିଷ୍ଟ ଛାତ୍ରାବାସ ଏକ କଟି ଛବିଶି ଲକ୍ଷ୍ଯ ଟଙ୍କାର, ବୁର୍ଜା ପ୍ରସିଦ୍ଧ ପାତଳେଶ୍ବର ମନ୍ଦିରର ପୁନ୍ନଉଦ୍ଧାର ନିମନ୍ତେ ୫ଲକ୍ଷ, ବୁର୍ଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୫୦ ଶଯ୍ୟା ବିଷିଷ୍ଟ ଛାତ୍ରାବାସ ଏକ କଟି ଛବିଶି ଲକ୍ଷ୍ଯ ଟଙ୍କାର, ପୂଜାରୀ ଗୁଡା ଠାରେ ଦନ୍ତେଶ୍ବରୀ ମାଉଲୀ ମନ୍ଦିର ୫ ଲକ୍ଷ୍ଯ, ଅଲେଖ ମନ୍ଦିର ପୂନ୍ନରୁଦ୍ଧାର ପାଇଁ ୫ଲକ୍ଷ, କୁସୁମଗୁଡା ଦେବତା ମନ୍ଦିର ୪ ଲକ୍ଷ୍ଯ ଟଙ୍କାର ଏଭଳି ବିଭିନ୍ନ ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ ସହ ଶୁଭ ଉଦ୍ଘାଟନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀକଂ ସହ ସାଂସଦଙ୍କ ପ୍ରତିନିଧି ଭୋଜନାଥ ଗଣ୍ଡ,ଶିକ୍ଷାବିଭାଗ ଅଧିକାରୀ ଏବଂ ସ୍କୁଲ କତ୍ରୁପକ୍ଷ, ବୁର୍ଜା ମଣ୍ଡଳ ସଭାପତି ବନସିଂଗ୍ ମାଝୀ, ସଂମ୍ପାଦକ ପରିତୋଷ ମଣ୍ଡଲ, ନଗର ସଭାପତି ସନ୍ତୋଷ ଶର୍ମା, ସଂମ୍ପାଦକ ପ୍ରଭାତ ନାୟକ, ଦୁଖାଲୁ ମେହର, ରାମ ଗଣ୍ଡ, ସାନ ଭାଇ, କୁରମା ରାଓ, ସିମା ବିଷୟୀ, ରମେଶ ଦାସ, ସତ୍ଯ ବେହେରା, ଲଳିତ ସେଠୀ, ନିତୁ ଭାଇ ପ୍ରମୁଖ ଉପସ୍ଥିତ ଥିବା ସହ ମଣ୍ଡଳର ବହୁ କାର୍ଯ୍ୟକର୍ତ୍ତାଙ୍କ ସହ ସତାଧିକ ସାଧାରଣ ଲୋକ ଉପସ୍ଥିତ ଥିଲେ।
