November 3, 2026

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି

IMG-20261103-WA0038
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସ୍ଥିତ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଭବାନୀପାଟଣା ଉପଜିଲ୍ଲାପାଳ ଆଶିନ ଏ.ଏଲ, ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତାରା ଜସ୍ମିନ ଗୁଡ଼ିଆ, ସିଡିଓ ଜିଲ୍ଲାପରିଷଦ ସୌମ୍ୟରଞ୍ଜନ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ଜିଲ୍ଲାପାଳ ସଚିନ ପାୱାର ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ।ଏହି ଶିବିରରେ ମୋଟ ଶହେ ଛାୟାଳିଶ ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ, ସେଥି ମଧ୍ୟରୁ ଶହେ ତେଇଶି ଟି ବ୍ୟକ୍ତିଗତ ଅଭିଯୋଗ ଓ ବାର ଟି ସାମୁହିକ ଅଭିଯୋଗ ରହିଥିଲା। ଏହି ଶିବିରରେ ଅଭିଯୋଗକାରି ମାନେ ନିଜର ଅଭିଯୋଗ ଓ ସମସ୍ୟା ଗୁଡିକୁ ଜିଲ୍ଲାପାଳଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଅଭିଯୋଗ ଗୁଡିକୁ ଶୁଣିବା ସହ ଏହା ଉପରେ ଗୁରୁତର ସହ ବିଚାର ବିମର୍ଶ କରି ସେଥି ମଧ୍ୟରୁ ଏଗାର ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇ ଛ’ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଓ ପାଞ୍ଚ ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗ ଗୁଡିକର ତଦନ୍ତ ଓ ତାହା ଉପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରିଙ୍କୁ ନିର୍ଦ୍ଦେଶ ଦେବାସହ, ଅଭିଯୋଗ ଗୁଡିକୁ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଛି। ଏହି ଅବସରରେ ମହାରାଣୀ କସ୍ତୁରୀକା ମୋହିନୀ ଦେବୀ +୩ ମହାବିଦ୍ୟାଳୟର ଦୃଷ୍ଟି ବାଧିତ ଛାତ୍ର ପ୍ରେମଲାଲ ଠାକୁର ଓ କେସିଙ୍ଗା ମହାବିଦ୍ୟାଳୟର ଛାତ୍ର ସୁମନ୍ତ ସାହୁଙ୍କୁ ଜିଲ୍ଲାପାଳ ସଚିନ ପାୱାର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଯୋଜନା ଅନ୍ତର୍ଗତ ଗୋଟିଏ ଗୋଟିଏ ଲେପଟପ ପ୍ରଦାନ କରିଥିଲେ।