October 3, 2026

ଗଜପତି:- ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ଉନ୍ନତ ଆଣ୍ଟେନା ଡିଜାଇନ୍ ଓ ସିମୁଲେସନ୍ ଉପରେ ତିନିଦିନିଆ କର୍ମଶାଳା ଉଦ୍‌ଘାଟିତ

IMG-20261003-WA0077
Share

 

ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ (ଇ:ସି:ଇ) ଏବଂ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ (ଇ:ଇ:ଇ) ବିଭାଗ, ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ସେଣ୍ଟୁରିଆନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ୍), ଓଡ଼ିଶାପକ୍ଷରୁ “ଆଡଭାନ୍ସଡ୍ ଆଣ୍ଟେନା ଡିଜାଇନ୍ ଆଣ୍ଡ ସିମୁଲେସନ୍ ୟୁଜିଂ HFSS ଏଚ:ଏଫ୍:ଏସ:ଏସ ଆଣ୍ଡ ସି:ଏସ:ଟି ଶୀର୍ଷକ ତିନିଦିନିଆ କର୍ମଶାଳାର ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି ୩ ଅକ୍ଟୋବର ୨୦୨୬ ରେ ଅନୁଷ୍ଠିତ ହୋଇଯାଇଛି ।

ଏହି କର୍ମଶାଳା ଆଜି ୩ ତାରିଖରୁ ୫ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ଉନ୍ନତ ଆଣ୍ଟେନା ଡିଜାଇନ୍, ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ସିମୁଲେସନ୍ ଏବଂ ଆଧୁନିକ ବେତାର ଯୋଗାଯୋଗ ପ୍ରଯୁକ୍ତି ସମ୍ପର୍କରେ ଅଂଶଗ୍ରହଣକାରୀ ମାନଙ୍କୁ ବ୍ୟବହାରିକ ଜ୍ଞାନ ଓ ଅଭିଜ୍ଞତା ପ୍ରଦାନ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ।

ଉଦ୍‌ଘାଟନୀ ଅଧିବେଶନରେ କର୍ମଶାଳାର ଶୁଭାରମ୍ଭ ପରେ ଇ:ସି:ଇ ଓ ଇ:ଇ:ଇ ବିଭାଗର ବିଭାଗୀୟ ମୁଖ୍ୟ ଡ. ପ୍ରଭାତ କୁମାର ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସେଣ୍ଟର୍ ଫର୍ କମ୍ୟୁନିକେସନ୍ ଟେକ୍ନୋଲୋଜିଜ୍‌ର ଆର:ସି କୋଅର୍ଡିନେଟର୍ ଡ. ଅବିନାଶ ଗୟା ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରି ଆଧୁନିକ ଯୋଗାଯୋଗ ବ୍ୟବସ୍ଥାରେ ସିମୁଲେସନ୍ ଭିତ୍ତିକ ଶିକ୍ଷା ଏବଂ ଉନ୍ନତ ଆଣ୍ଟେନା ପ୍ରଯୁକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଉଦ୍‌ଘାଟନୀ ଅଧିବେଶନରେ ଭିଭିଡିଏନ୍ ଟେକ୍ନୋଲୋଜି, ଭୁବନେଶ୍ୱରର ଟେକ-ଲିଡ୍ ଡ. ପ୍ରିୟ ରଞ୍ଜନ ମେହେର ମଧ୍ୟ ଅଭିଭାଷଣ ପ୍ରଦାନ କରିଥିଲେ। ସେ ଶିଳ୍ପ କ୍ଷେତ୍ର ଏବଂ ବ୍ୟବହାରିକ ଇଞ୍ଜିନିୟରିଂ ପ୍ରୟୋଗରେ ଆଣ୍ଟେନା ଡିଜାଇନ୍ ଓ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ସିମୁଲେସନ୍‌ର ଗୁରୁତ୍ୱ ସମ୍ପର୍କରେ ନିଜର ଅନୁଭବ ଓ ମତାମତ ରଖିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମର ଶେଷରେ କର୍ମଶାଳାର ସଂଯୋଜକ ଡ. ରିଭୁ ଆଭୂଷଣ ପଣ୍ଡା ଧନ୍ୟବାଦ ଅର୍ପଣ କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ସମ୍ବଳ ବ୍ୟକ୍ତିବିଶେଷ, ଅଧ୍ୟାପକ ବୃନ୍ଦ ଏବଂ ଅଂଶଗ୍ରହଣକାରୀ ମାନଙ୍କୁ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ପାଇଁ କୃତଜ୍ଞତା ଜଣାଇଥିଲେ।

ଏହି କର୍ମଶାଳାରେ ଅଂଶଗ୍ରହଣକାରୀ ମାନଙ୍କୁ ଆଣ୍ଟେନା ଡିଜାଇନ୍ ଓ ସିମୁଲେସନ୍ କ୍ଷେତ୍ରରେ ବ୍ୟବହାରିକ ଜ୍ଞାନ ଏବଂ ଅନୁଭବ ପ୍ରଦାନ କରାଯାଉଛି। ଇସିଇଏବଂ ଇଇଇ ବିଭାଗ ଏଭଳି ବ୍ୟବହାରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପମୁଖୀ ଓ ଗବେଷଣାଭିତ୍ତିକ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ କରିଆସୁଛି। ଏହିପରି କାର୍ଯ୍ୟକ୍ରମ ଅଂଶଗ୍ରହଣକାରୀ ମାନଙ୍କୁ ତାତ୍ତ୍ୱିକ ଜ୍ଞାନକୁ ବ୍ୟବହାରିକ ଇଞ୍ଜିନିୟରିଂ ପ୍ରୟୋଗ ସହିତ ସଂଯୋଗ କରିବାର ସୁଯୋଗ ପ୍ରଦାନ କରୁଛି।

—————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

—————————————–