October 3, 2026

୧୨୫ ବର୍ଷରେ ବିଜେବି ହାଇସ୍କୁଲ୍‌ ଜୟନ୍ତୀ ଉତ୍ସବରେ ଏକାଠି ହେଲେ ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀ

IMG-20261002-WA0108
Share

 

ଖୋର୍ଦ୍ଧା: (ପ୍ରିୟଙ୍କା ମହାପାତ୍ର)ଐତିହ୍ୟ ଓ ଗୌରବର ୧୨୫ ବର୍ଷ ପୂରଣ କରିଛି ଖୋର୍ଦ୍ଧା ସହରର ବିଜେବି ହାଇସ୍କୁଲ୍‌। ଏହି ଅବସରରେ ଆଜି ବିଦ୍ୟାଳୟ ପକ୍ଷରୁ ୧୨୫ତମ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଯାଇଛି। ଦୀର୍ଘ ଦିନର ଏହି ଐତିହାସିକ ଯାତ୍ରାକୁ ସ୍ମରଣ କରିବା ସହ ବିଦ୍ୟାଳୟର ଗୌରବମୟ ପରମ୍ପରାକୁ ମନେ ପକାଇବା ପାଇଁ ବର୍ତ୍ତମାନର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରମାନେ ଏକାଠି ହୋଇଥିଲେ।

ଜୟନ୍ତୀ ଉତ୍ସବ ଅବସରରେ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରମାନଙ୍କ ଦ୍ୱାରା ଏକ ବିଶାଳ ପରିକ୍ରମା ଆୟୋଜିତ ହୋଇଥିଲା। ବିଦ୍ୟାଳୟରୁ ବାହାରିଥିବା ଏହି ପରିକ୍ରମା ଖୋର୍ଦ୍ଧା ସହରର ବିଭିନ୍ନ ଅଞ୍ଚଳ ଦେଇ ଯାଇଥିଲା। ଏଥିରେ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ସହ ବର୍ତ୍ତମାନର ଛାତ୍ରଛାତ୍ରୀ ବିପୁଳ ସଂଖ୍ୟାରେ ସାମିଲ ହୋଇଥିଲେ।୧୨୫ ବର୍ଷର ଏହି ଐତିହାସିକ ଯାତ୍ରା କେବଳ ଏକ ବିଦ୍ୟାଳୟର ଇତିହାସ ନୁହେଁ, ବରଂ ଖୋର୍ଦ୍ଧା ସହରର ଶିକ୍ଷା ଓ ସାମାଜିକ ପରମ୍ପରା ସହ ଜଡ଼ିତ ଏକ ଗୌରବମୟ ଅଧ୍ୟାୟ ବୋଲି ପୁରାତନ ଛାତ୍ରମାନେ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ପୁରାତନ ଛାତ୍ରମାନେ ନିଜ ବିଦ୍ୟାଳୟ ସହ ଜଡ଼ିତ ପୁରୁଣା ସ୍ମୃତିକୁ ମନେ ପକାଇବା ସହ ଆଗାମୀ ଦିନରେ ବିଦ୍ୟାଳୟର ଉନ୍ନତି ଓ ଗୌରବମୟ ପରମ୍ପରାକୁ ଆହୁରି ଆଗକୁ ନେବା ପାଇଁ ସହଯୋଗ କରିବାର ସଂକଳ୍ପ ନେଇଥିଲେ।