ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସର ରେ ଗ୍ରାମ ର ସମସ୍ୟା ଓ ଜନ ଶୁଣାଣୀ ରେ ସାମିଲ ହେଲେ ବିଧାୟକ..
ଗୋଷାଣୀ -ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଭୂମିକା ପଞ୍ଚାୟତ ଅନ୍ତର୍ଗତ ଚିନ୍ତାପଲି ଗ୍ରାମ ଠାରେ ଶ୍ରୀ ଶ୍ରୀ ଜାଡ଼ିମାଁ ମନ୍ଦିର ପ୍ରତିଷ୍ଠା ଅବସର ରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ହୋଇଯାଇଛି , ମାନ୍ୟବର ପାରଳା ବିଧାୟକ ରୁପେସ ପାଣିଗ୍ରାହୀ ଅଭିଯୋଗ ଶୁଣାଣୀ ରେ ଯୋଗଦେଇ ଗୋଟିଗୋଟି ଅଭିଯୋଗ ଶୁଣିଥିଲେ। ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା, ଗ୍ରାମ ଭିତ୍ତିକ ସମସ୍ୟା,ରାସନ୍ କାର୍ଡ, ଗୃହ ନିର୍ମାଣ,ଶିକ୍ଷା,ଜଳ ସେଚତାନ,ରାସ୍ତା, ନାଳ,ଓ ସ୍ଵାସ୍ଥ୍ୟ ସମସ୍ୟା ଓ ଆଲଗା ସମସ୍ୟା ର ସମାଧାନ କରିବେ ବୋଲି ଜଣାଇଛନ୍ତି , ବିଧାୟକ ତୁରନ୍ତ ଏନେଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଗୌରହରି ପଟ୍ଟନାୟକ ଙ୍କୁ ଫୋନ୍ ମାଧ୍ୟମ ରେ ଶୀଘ୍ର ଏସବୁ କାର୍ଯ କରିବା ପାଇଁ ଆଦେଶ ଦେଲେ । ଚିନ୍ତାପଲି ଗ୍ରାମ ର ରାସ୍ତା ପାଇଁ ଦୀର୍ଘ ବର୍ଷ ହେବ ଦାବି କରିଆସୁଥିଲେ ଗ୍ରାମ ବାସି କିନ୍ତୁ ଆଜି ପ୍ରଜନ୍ତ ପକା ରାସ୍ତା ନିର୍ମାଣ ହୋଇପାରିନାହିଁ, ଏହି ରାସ୍ତା କାର୍ଯ୍ୟ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଜନ ଶୁଣାଣୀ ବେଳେ ବାହାର ରାଜ୍ୟ ତଥା ଛତିଶଗଡ , ଭିଲାଇ ,ରୁ ଆସିଥିବା କିଛି ଡେଲି ମଜୁରିଆ ଓ ବେସରକାରୀ କଳ ରେ କାମ କରୁଥିବା ମଜୁରିଆ ମାନେ ନିଜନିଜ ସମସ୍ୟା ବିଷୟରେ ବିଧାୟକ ଙ୍କୁ ଅବଗତ କରିଥିଲେ, ବିଷୟ ସେସବୁ ସମସ୍ୟାକୁ ନେଇ ଆଲୋଚନା କରିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ଏହି ଜନ ଅଭିଯୋଗ ଶୁଣାଣୀ ରେ ବିଧାୟକ ସମେତ ଗୋଷାଣୀ ବ୍ଲକ ଅଧକ୍ଷ ଏନ ବିରରାଜୁ , ଗୋଷାଣୀ ବ୍ଲକ ବରିଷ୍ଟ ନେତା ଗଜପତି ରାଓ, ଜିଲ୍ଲାପରିଷଦ ଏସ ବାଲାରାଜୁ ସମେତ ସ୍ଥାନୀୟ ସରପଞ୍ଚ, ,ସମିତି ସ୍ଥାନୀୟ ଲୋକେ ପ୍ରମୁଖ ଉପସ୍ଥିତ ଥିଲେ।
