October 6, 2026

ବାଣପୁରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ବରିଷ୍ଠଙ୍କ ଅଭିଜ୍ଞତା ଓ ଅବଦାନକୁ ସମ୍ମାନ ଜଣାଇଲେ ଅତିଥି

IMG-20261002-WA0019
Share

 

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ବାଣପୁର ବ୍ଲକର ପ୍ରୋତ୍ସାହନରେ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପ ସଭାଗୃହରେ ଏକ ଭବ୍ୟ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ସଂଗଠନର ସଭାପତି ଗୋଲକ ବିହାରୀ ପରିଡ଼ାଙ୍କ ସଭାପତିତ୍ୱରେ ଓ ସମ୍ପାଦକ ଭବାନୀ ପ୍ରସାଦ ହୋତାଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ, ନିମନ୍ତ୍ରିତ ଅତିଥି ଓ ବାଣପୁର ବ୍ଲକର ବିଭିନ୍ନ ଅଧିକାରୀ ଉପସ୍ଥିତ ରହି ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ଓ ସମାଜରେ ସେମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।

ସଭାରେ ବରିଷ୍ଠ ଡାକ୍ତର ରମେଶ ଚନ୍ଦ୍ର ମିଶ୍ର ଓ ଯୁବ ଆଇନଜୀବୀ ବିପ୍ଳବ ମୁଦୁଲି ବରିଷ୍ଠ ନାଗରିକଙ୍କ ଜୀବନ, ଅଭିଜ୍ଞତା, ସମାଜ ପ୍ରତି ସେମାନଙ୍କ ଅବଦାନ ଓ ସେମାନଙ୍କ ପ୍ରତି ଯୁବପିଢ଼ିର ଦାୟିତ୍ୱ ନେଇ ଭାବବିହ୍ୱଳ ବକ୍ତବ୍ୟ ରଖିଥିଲେ। ତାଙ୍କର ଭାବପୂର୍ଣ୍ଣ ଉଦ୍‌ବୋଧନ ଉପସ୍ଥିତ ଦର୍ଶକ ଓ ବରିଷ୍ଠ ନାଗରିକଙ୍କ ମନ ଜିଣିଥିଲା।

ବରିଷ୍ଠ ନାଗରିକମାନେ ପରିବାର ଓ ସମାଜର ଅମୂଲ୍ୟ ସମ୍ପଦ। ସେମାନଙ୍କ ଅଭିଜ୍ଞତା, ଜ୍ଞାନ ଓ ଜୀବନାଦର୍ଶକୁ ସମ୍ମାନ ଦେବା ସହ ସେମାନଙ୍କ ସୁରକ୍ଷା, ସମ୍ମାନ ଓ ସୁସ୍ଥ ଜୀବନ ପାଇଁ ସମାଜର ସମସ୍ତଙ୍କ ଭୂମିକା ରହିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

You may have missed