November 1, 2026

ଧର୍ମପ୍ରାଣା ମହିଳା ସୁଲୋଚନା ଦାଶ ଙ୍କ ବିୟୋଗରେ ଶୋକ

IMG-20261101-WA0046
Share

ଝଙ୍କଡ଼ ତା 1/11/2026 ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲବ୍ଲକ ତେନ୍ତୁଳିପଦା ଗ୍ରାମର, ବିଶିଷ୍ଟକର୍ମକାଣ୍ଡ ପଣ୍ଡିତ ସ୍ବର୍ଗତ ଆନନ୍ଦ ଦାଶ ଙ୍କ ପରିବାରର କୁଳବଧୂ, ଧର୍ମପ୍ରାଣା ମହିୟସୀ ମହିଳା ସୁଲୋଚନା ଦାଶ ଙ୍କର ତେୟାଅଶୀ ବର୍ଷ ବୟସରେ, ଆନନ୍ଦଭବନ ରେ ପରଲୋକ ହୋଇଯାଇଛି l ମୃତ୍ୟୁ ସମୟରେ ତାଙ୍କର ପୁତ୍ର ଶରତକୁମାର ଦାଶ, ପ୍ରଶାନ୍ତ କୁମାର ଦାଶ, ସୁବ୍ରତ ଦାଶ (ଦିଲୁ ନନା ), ସୁଶାନ୍ତ ଦାଶ ଙ୍କ ସମେତ ପୁତ୍ରବଧୂ ଶର୍ମିଳା, ଲକ୍ଷ୍ମୀପ୍ରିୟା, ସୁଧାରାଣୀ ଓ ପ୍ରଣତି ଙ୍କ ସମେତ ଶୁଭମ, ଗୁଡ଼ୁ, ଟୁକୁଲି, ମିତିଲି, ଗୁଗୁଲି, ପପୁ, ଏଲି, ଗେହ୍ଲି, ଗୁଗୁଲି ପ୍ରମୁଖ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ l ଝିଅ ସବିତା, ଟୁନା, ମୁନା, ବୁଢ଼ୀ ଓ ଫିଲୁ ଖବରପାଇ ଶେଷଦର୍ଶନ କରିଥିଲେ l ତାଙ୍କର ବିୟୋଗରେ ବିଜୟ ଦାଶ, ଅକ୍ଷୟ ପଣ୍ଡା, ଉମେଶ ଚନ୍ଦ୍ର ପଣ୍ଡା ଓ ଜିଲ୍ଲାବିଜେପି ଯୁବମୋର୍ଚ୍ଚା ର ସଭାପତି ବିଶ୍ୱଜିତ ଦାଶ ମର୍ମାହତ ହୋଇ ଗଭୀର ଶୋକପ୍ରକାଶ କରିଛନ୍ତି l ଖବରପାଇ ତିର୍ତ୍ତୋଲବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ଡଃ କୁଳମଣି ସାମଲ, ଜିଲ୍ଲାବିଜେଡି ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ଏରଷମା ବାଲିକୁଦା ବିଧାୟକ ସାରଦା ଜେନା, ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଥ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ବିକ୍ରମକେଶରୀ ସ୍ୱାଇଁ, ସାମ୍ବାଦିକ ଶ୍ରୀକାନ୍ତ ଦାଶ, ସାମ୍ବାଦିକ ଜୟନ୍ତ ପରିଜା, ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ଜନପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ବିଶିଷ୍ଟ ମାନ୍ୟଗଣ୍ୟବ୍ୟକ୍ତି ମାନେ ମଧ୍ୟ ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଛନ୍ତି l ତାଙ୍କର ଶବଶୋଭାଯାତ୍ରା ଗ୍ରାମ୍ୟପରିକ୍ରମା କରିବାପରେ, ସ୍ୱର୍ଗରଥ ରେ ପୁରୀ ନିଆଯାଇ ସ୍ୱର୍ଗଦ୍ୱାର ରେ ଅନ୍ତେଷ୍ଟକ୍ରିୟା ସମୟରେ ବଡପୁଅ ପଣ୍ଡିତ ଶରତକୁମାର ଦାଶ ମୁଖାଗ୍ନି ଦେଇଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର