November 1, 2026

ଛତ୍ରପୁରରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଉପଜିଲ୍ଲାପାଳ

IMG-20261101-WA0067
Share

 

 

ଛତ୍ରପୁର, ତା. ୨୬/୧୦/୨୬(ଅରୁଣ କୁମାର ପଣ୍ଡା )ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ତାଙ୍କ ସହ ଛତ୍ରପୁର ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, କନିଷ୍ଠ ଯନ୍ତ୍ରୀ (ପରିମଳ) ସ୍ୱପ୍ନାରାଣୀ ବେହେରା, କନିଷ୍ଠ ଯନ୍ତ୍ରୀ ଭବାନୀ ବେହେରା ଏବଂ ନୋଡାଲ ଅଧିକାରୀଙ୍କ ଟିମ୍ ଉପସ୍ଥିତ ଥିଲେ।

 

ଅଧିକାରୀମାନେ ସାନ ଆର୍ଜିପଲ୍ଲୀ, ବଡ଼ ଆର୍ଜିପଲ୍ଲୀ, ନୋଳିଆନୂଆଗାଁ, ଅଗସ୍ତିନୂଆଗାଁ ଓ କଣମଣା ସମେତ ବିଭିନ୍ନ ସ୍ଥାନରେ ଥିବା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧାର ଯାଞ୍ଚ କରିଥିଲେ। ସମ୍ଭାବ୍ୟ ବନ୍ୟାବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ପ୍ରଦାନ ଏବଂ ଧନଜୀବନ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଉପରେ ଜୋର ଦିଆଯାଇଛି।