September 16, 2026

ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଙ୍କ ଦିଗପହଣ୍ଡି ଓ ସାନଖେମୁଣ୍ଡି ଗସ୍ତ ; ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ ଯୋଜନାର ଅଗ୍ରଗତି ନେଇ କଲେ ସମୀକ୍ଷା..

IMG-20260801-WA0007
Share

 

ସାନଖେମୁଣ୍ଡି,୩୧|୭( ବିଜୟ କୁମାର ପ୍ରଧାନ )  ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ର ବିଭିନ୍ନ ଗ୍ରାମକୁ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ସ୍ଥିତି ପରିଦର୍ଶନ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀ,ଶ୍ରମିକ କଲ୍ୟାଣ ଯୋଜନା ଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରି ଫେରିଥିବା ଜଣାପଡ଼ିଛି। ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ଵାରା  ନିର୍ମିତ କ୍ଷେତ ପୋଖରୀ, ସେଚ କୂପ ଏବଂ ବନ୍ଧ ହୁଡାରେ

କରାଯାଇଥିବା ନଡ଼ିଆ ବୃକ୍ଷରୋପଣ ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରିଥିଲେ। ଏହା ସହ “ଏକ ପେଡ଼ ମା’ କେ ନାମ” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିଥିଲେ। ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକରେ ଜିଇଏଫ୍ -୭ ଏବଂ ପ୍ରଧାନମନ୍ତ୍ରୀ କ୍ଷେତ ସୁରକ୍ଷା ଯୋଜନା ୨.୦ ଅଧିନ ରେ  ନିର୍ମିତ ଜଳ ଅମଳ ପ୍ରକଳ୍ପ, କ କଙ୍କ୍ରିଟ ଆଡ଼ିବନ୍ଧ ପ୍ରକଳ୍ପ ଗୁଡ଼ିକ ପରିଦର୍ଶନ କରିଥିଲେ।ସେହିପରି ସିଧାସଳଖ ଧାନ ବୁଣା ପ୍ରଣାଳୀରେ କରାଯାଇଥିବା ଚାଷ କ୍ଷେତ ଗୁଡ଼ିକ ପରିଦର୍ଶନ କରି ଉପସ୍ଥିତ ଚାଷୀ ମାନଙ୍କ ସହ  ଆଲୋଚନା କରି ଏହି ଆଧୁନିକ କୃଷି ପଦ୍ଧତିର ଉପକାରିତା ଓ ଫଳପ୍ରଦତା ସମ୍ପର୍କରେ ପରାମର୍ଶ ଦେଇଥିଲେ। ପରେ ସାନଖେମୁଣ୍ଡି ବ୍ଲକ ଜୁରା ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ଉପସ୍ଥିତ ରହି ଅଗ୍ରଣୀ ମହିଳା ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସରକାରଙ୍କ  ଚାଷୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ସେ  ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ନିର୍ଦ୍ଦେଶକଙ୍କ ଗସ୍ତ ସମୟରେ ମୃତ୍ତିକା ସଂରକ୍ଷଣ ଉପ ନିର୍ଦ୍ଦେଶକ ତଥା ପ୍ରକଳ୍ପ ନିର୍ଦ୍ଦେଶକ  ପ୍ରଦୀପ କୁମାର ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶିକା  ଇପ୍ସିତା ମିଶ୍ର,  ସ୍ୱୟଂପ୍ରଭା ଦାସ, ଜ୍ୟୋତି ରଞ୍ଜନ ସ୍ୱାଇଁ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।