June 16, 2026

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉତ୍କଳ ଦିବସ ପାଳିତ

IMG-20230401-WA0057
Share

ବୁଗୁଡ଼ା : ତା ୦୧/୦୪/୨୩ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ସ୍ଥାନୀୟ ନିୟୁ ଏରା ପବ୍ଲିକ ସ୍କୁଲରେ ଶିକ୍ଷକ ଅନିରୁଦ୍ଧ ଗୌଡ଼ଙ୍କ ସଭାପତିତ୍ବରେ ଆୟୋଜିତ ପାଳନ ଉତ୍ସବରେ ସମ୍ପାଦକ ଅନୀଲ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳର ବରପୁତ୍ରମାନଙ୍କ ଉଲ୍ଲେଖନୀୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲ , ବୁଦ୍ଧଗିରି ବିଦ୍ୟାପୀଠ , ପିପୁଲ୍ସ ହାଇସ୍କୁଲ , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉତ୍କଳ ଦିବସ ପାଳନ ହୋଇଥିଲା ।

You may have missed