ପୁରୀରେ ଓଡ଼ିଆ ଶିଶୁ ସାହିତ୍ୟ ପତ୍ରିକା ସମ୍ପାଦକ ସଂଗଠନ ର ୨ୟ ଅଧିବେଶନ ଓ ସମ୍ମିଳନୀ ଅନୁଷ୍ଠିତ
ପୁରୀ : ସମଗ୍ର ଓଡ଼ିଶା ରେ ଥିବା ଶିଶୁ ଓ କିଶୋର ପତ୍ରିକା ସମ୍ପାଦକ ମାନଙ୍କୁ ନେଇ ଗଠନ କରାଯାଇଥିବା ଓଡ଼ିଆ ଶିଶୁ ସାହିତ୍ୟ ପତ୍ରିକା ସମ୍ପାଦକ ସଂଗଠନ ର ୨ୟ ଅଧିବେଶନ ଓ ସମ୍ମିଳନୀ ଏକ ମନୋଜ୍ଞ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପୁରୀ ସହରସ୍ତ ୟୁଥ୍ ହଷ୍ଟେଲ ସଭା କକ୍ଷରେ ଖୁବ ଧୁମ୍ ଧାମରେ ପୂର୍ବାହ୍ନ ୧୧ ଘଟିକା ରୁ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକରେ ଉଦଯାପିତ ହୋଇଯାଇଛି l ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲା ରୁ ଶତାଧିକ ଶିଶୁ ସାହିତ୍ୟ ସମ୍ପାଦକ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲା l ୮୫ ବର୍ଷ ବୟସରେ ପଦାର୍ପଣ କରିଥିଲେ ବି ପରସମଣି ର ସମ୍ପାଦକ ଶିଶୁ ସାହିତ୍ୟ ଗବେଷକ ଡଃ ରାମଚନ୍ଦ୍ର ଦେଓ ଅନ୍ୟତମ ଶିଶୁ ସାହିତ୍ୟ ସଂଗଠକ ରମେଶ ଚନ୍ଦ୍ର ଦାସ ଓ ଶିଶୁ ସାହିତ୍ୟିକ ସୁଶାନ୍ତ କୁମାର ସେନାପତି ଙ୍କ ସମେତ ଭଦ୍ରକ ର ବିକାଶ କୁମାର ଶତପଥୀ ଙ୍କ ପରି ବହୁ ଶିଶୁ ସାହିତ୍ୟ ସମ୍ପାଦକ ମାନଙ୍କର ସାଂଗଠାନିକ ଦକ୍ଷତା ପାଇଁ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଛି l ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀ ଙ୍କ ସଭାପତିତ୍ବରେ ଆୟୁଜିତ ଏହି ସମ୍ବର୍ଦ୍ଧନା ସଭା ଓ ସାଂଗଠାନିକ ବୈଠକର ମୁଖ୍ୟ ଅତିଥି ଭାବେ ମାନସ ରଞ୍ଜନ ମହାପାତ୍ର ମୁଖ୍ୟବକ୍ତା ଭାବେ ଡକ୍ଟର ଶ୍ରୀକାନ୍ତ ଚରଣ ପାତ୍ର ଓ ସମ୍ମାନିତ ଅତିଥି ଭାବେ ପ୍ରିୟଙ୍କା ମହାନ୍ତି ଯୋଗଦେଇ ଶିଶୁ ସାହିତ୍ୟ ସମ୍ପାଦକ ମାନଙ୍କର କର୍ତ୍ତବ୍ୟ କଣ ହେବା ଉଚିତ୍ ତାହା ଦର୍ଷାଇଥିଲେ l ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଡକ୍ଟର ରାମଚନ୍ଦ୍ର ଦେଓ , ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ରମେଶ ଚନ୍ଦ୍ର ଦାସ l ୨୮ ଜଣ ଶିଶୁ ସାହିତ୍ୟ ସମ୍ପାଦକ ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ସଂଗଠନ ର ମୁଖପାତ୍ର “ସମ୍ପାଦକ ଙ୍କ ଡାଏରୀ” ଉନ୍ମୋଚିତ ହେବା ସହିତ ୮ ଗୋଟି ବନ୍ଦ ହୋଇଥିବା ଶିଶୁ ପତ୍ରିକା ପୁନଃ ପ୍ରକାଶନ ର ଲୋକାର୍ପଣ ହୋଇଥିଲା l ଜଗତରାନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ଧୂପ ଦ୍ଵିପ ପ୍ରଜଳନ ପୂର୍ବକ ଉତ୍ସବ ର ଶୁଭ ଉଦ୍ଘାଟନ କରାଯାଇଥିଲା l ବେଦମନ୍ତ୍ର ପାଠ କରିଥିଲେ ବାଇଚଢ଼େଇ ର ସମ୍ପାଦକ ବିକାଶ କୁମାର ଶତପଥୀ l ସଙ୍ଗୀତ ପରିବେଷଣ କରିଥିଲେ କଣ୍ଠଶିଳ୍ପୀ ମୀର ମହାନ୍ତି l ନୃତ୍ୟ ପରିବେଷଣ କରିଥିଲେ କୃପାନେତ୍ର ସାହିତ୍ୟ ଅନୁଷ୍ଠାନ ର ଶିଶୁ ଶିଳ୍ପୀ ପ୍ରକାଶ ଭୋଇ ଓ ଲକ୍ଷ୍ମୀପ୍ରିୟା ବେହେରା l ସର୍ବସମ୍ମତି କ୍ରମେ ଉକ୍ତ ବୈଠକ ରେ ନବ ଗଠିତ ସଂଗଠନ ର କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇ ସ୍ଥାୟୀ କେମିତି ଗଠନ କରାଯାଇଥିଲା l ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁଶାନ୍ତ କୁମାର ସେନାପତି l ବହୁ ସଂଖ୍ୟାରେ ଶିଶୁ ପତ୍ରିକା ମାନଙ୍କର ହାଟ ବସି ଅଧା ଦାମ ରେ ପତ୍ରିକା ବିକ୍ରୟ ହୋଇଥିଲା l ପୁରୀ ରୁ ରମେଶ ସାହୁ ଙ୍କ ରିପୋର୍ଟ
