ଝଙ୍କଡ଼ ସାରଳାପୀଠରେ ଜଗତସିଂହପୁରଜିଲ୍ଲା ଶିକ୍ଷକସମ୍ମାନ ସମାରୋହ
ତିର୍ତ୍ତୋଲ ତା 1/11/2026 : ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲାର ପ୍ରତିଷ୍ଠିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିବା ନିମନ୍ତେ ଗତ ରବିବାର ପୂର୍ବାହ୍ନରେ, ସାରଳାପୀଠ କନକପୁର ସ୍ଥିତ ଶବରପଲ୍ଲୀ ଠାରେ ରାଷ୍ଟ୍ରୀୟ ମଞ୍ଚ ଆନୁକୂଲ୍ୟରେ ଏକ ଭବ୍ୟ ଓ ବିଶାଳ ଆୟୋଜନ କରାଯାଇଥିଲା l ଏହି ଉପଲକ୍ଷେ ଆୟୋଜିତ ସଭାରେ ରାଷ୍ଟ୍ରୀୟ ଶିକ୍ଷକମଞ୍ଚ ର ରାଜ୍ୟସଭାପତି ଡଃ ଜ୍ୟୋସ୍ନାରାଣୀ ନାୟକ ସଭାପତିତ୍ବ କରିଥିଲେ l ଏହି ସମାରୋହ ର ମୁଖ୍ୟଅତିଥି ଭାବେ ସାଂସଦ ଡଃ ବିଭୂପ୍ରସାଦ ତରାଇ ଯୋଗଦେଇଥିବାବେଳେ ରାଷ୍ଟ୍ରୀୟଶିକ୍ଷକମଞ୍ଚ ର ସଭାପତି ପ୍ରଫେସର ଅନିରୁଦ୍ଧ ମିଶ୍ର ଉଦଘାଟକ ଭାବେ ମଞ୍ଚମଣ୍ଡନ କରିଥିଲେ l ରାଷ୍ଟ୍ରଦୀପ ର ପ୍ରାକ୍ତନ ସମ୍ପାଦକ ତଥା ଆର ଏସ ଏସ ର ପ୍ରାନ୍ତ କାର୍ଯକାରିଣୀ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ମୁଖ୍ୟବକ୍ତା, ଜିଲ୍ଲା ବିଜେପି ସଭାପତି ପ୍ରତାପ କୁମାର ମିଶ୍ର ବିଶିଷ୍ଟଅତିଥି, ଯୁବନେତା ଆଶିଷ କୁମାର ଶତପଥୀ ସ୍ୱତନ୍ତ୍ରଅତିଥି ଭାବେ ଅଂଶଗ୍ରହଣ କରିଥିବାବେଳେ ବିଶିଷ୍ଟଶିକ୍ଷାବିତ ଚିତ୍ତରଞ୍ଜନ ରାଉତ ଓ ଜିଲ୍ଲା ରାଷ୍ଟ୍ରୀୟ ଶିକ୍ଷକମଞ୍ଚ ର ସଭାପତି ସୁଧୀର କୁମାର ବିଶ୍ୱାଳ ସମ୍ମାନୀତ ଅତିଥିଭାବେ ଯୋଗଦେଇ, ଶିକ୍ଷକମାନେ ହିଁ ଆମ ସମାଜଗଠନ କ୍ଷେତ୍ରରେ ପ୍ରମ୍ମୁଖ ଦାୟିତ୍ୱବହନ କରିଥିବାରୁ ସେହି ପୂଜ୍ୟଗୁରୁମାନଙ୍କୁ ସମ୍ମାନିତ କରାଯିବାପାଇଁ ଏହି ସମସ୍ତ କାର୍ଯ୍ୟକ୍ରମର ମୁଖ୍ୟଆୟୋଜକ ଆଶିଷ ଶତପଥୀ ଙ୍କର ଉଚ୍ଚପ୍ରଶଂସା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ, ବ୍ଲକସ୍ତରୀୟ କର୍ମକର୍ତ୍ତା ନରେଶ ଚନ୍ଦ୍ର ସାହୁ, ରଞ୍ଜନ କୁମାର ମହାନ୍ତି, ଅକ୍ଷୟ କୁମାର ରାଉତ, ହିମାଂଶୁ କୁମାର ସାମଲ, ରବିନାରାୟଣ ଦେ, ଗୌରାଙ୍ଗ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l ପ୍ରାରମ୍ଭରେ ଏଲ ସି ଡି ପରଦାରେ ଜଗନ୍ନାଥଷ୍ଟକ, ବନ୍ଦେମାତରଙ୍ଗ ଓ ଜାତୀୟସଙ୍ଗୀତ ପରିବେଷଣ ବହୁ ଚିତାକର୍ଷକ ହୋଇଥିଲା l ବିଜେପି କୃଷକମୋର୍ଚ୍ଚା ର ସହପ୍ରଭାରୀ ବିବେକାନନ୍ଦ ହୋତା, ସାରଳାମଣ୍ଡଳ ସଭାପତି ଶୁଭ୍ରକାନ୍ତ ରଣା, ଜିଲ୍ଲାର ବିଭିନ୍ନମଣ୍ଡଳ ସଭାପତି, କର୍ମକର୍ତ୍ତା ଓ ଶିକ୍ଷାବିତ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଜିଲ୍ଲାର ପ୍ରାୟ ସହସ୍ରାଧିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଶ୍ରୀ ଜଗନ୍ନାଥ ଙ୍କ ଫଟୋଚିତ୍ର ପ୍ରଦାନ କରାଯାଇ, ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
