October 13, 2026

ବରପାଲିରେ ଅଶୋକ କ୍ଲବ ପକ୍ଷରୁ ସାମ୍ବାଦିକ ଓ ଇନଫ୍ଲୁଏନ୍ସର ମିଟ୍ 

IMG-20261011-WA0048
Share

 

 

ବରପାଲି:ତା.୧୧/୧୦ (ସୁଦାମ ଦୀପ):ବରପାଲିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଅଶୋକ କ୍ଲବ୍ ଦୁର୍ଗା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଓ ଇନଫ୍ଲୁଏନ୍ସର ମିଟ୍ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦୁର୍ଗାପୂଜା ଯାତ୍ରା ଏବଂ ଆଦିଶକ୍ତି ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।କ୍ଲବ୍‌ର କାର୍ଯ୍ୟକାରୀ ସଭାପତି ଗଜରାଜ ଗହୀରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଉପଦେଷ୍ଟା କମିଟି ସଦସ୍ୟ ଅବନୀ ମେହେର ଯାତ୍ରାର ରୂପରେଖ ଉପସ୍ଥାପନ କରିଥିଲେ। ଅନ୍ୟତମ ଉପଦେଷ୍ଟା ବିଜନ ଦାଶ ଉପସ୍ଥିତ କଣ୍ଟେଣ୍ଟ କ୍ରିଏଟର ଓଇନଫ୍ଲୁଏନ୍ସରମାନଙ୍କଠାରୁ ମତାମତ ଗ୍ରହଣ କରିଥିଲେ। ଯୁଗ୍ମ ସାଂସ୍କୃତିକ ସମ୍ପାଦକ ବଣ୍ଟି ଦଫାଦାର ଆଦିଶକ୍ତି ମହୋତ୍ସବ ବିଷୟରେ ସୂଚନା ଦେଇଥିବା ବେଳେ ସଦସ୍ୟ ଚନ୍ଦନ ଦାଶ ସାଂସ୍କୃତିକ କାର୍ଯ୍ୟକ୍ରମର ବିବରଣୀ ରଖିଥିଲେ ଓ ସଦସ୍ୟ ଗୌତମ ସାହୁ ଭସାଣି ଉତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ। ସାଂସ୍କୃତିକ ସମ୍ପାଦକ ରିତେଶ ଖଟୁଆ ଉପସ୍ଥିତ ଥିଲେ। ଶେଷରେ କୋଷାଧ୍ୟକ୍ଷ ଦୀପକ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ