October 11, 2026

ଖୋର୍ଦ୍ଧାରେ ଓଡ଼ିଶା ବନ୍ଦ ପ୍ରଭାବ

IMG-20261008-WA0023
Share

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ସହରରେ ଓଡ଼ିଶା ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟରେ ମଧ୍ୟ ଯାତାୟାତ ପ୍ରଭାବିତ ହୋଇଛି। ଫଳରେ ସାଧାରଣ ଜନଜୀବନ ଆଂଶିକ ଭାବେ ପ୍ରଭାବିତ ହୋଇଛି।ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। MMDR ଆଇନ ପ୍ରତ୍ୟାହାର, SIR ପ୍ରସଙ୍ଗ, ପାଠ୍ୟପୁସ୍ତକରେ ଥିବା ତ୍ରୁଟି ସମେତ ବିଭିନ୍ନ ଦାବି ନେଇ ଏହି ବନ୍ଦ ପାଳନ କରାଯାଉଛି।ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ବନ୍ଦ ସମର୍ଥକମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରାଇବା ସହ ଯାତାୟାତ ଉପରେ ପ୍ରଭାବ ପକାଇଛନ୍ତି। ସ୍ଥିତିକୁ ନଜରରେ ରଖି ପୁଲିସ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

You may have missed