October 6, 2026

ମାଲକାନଗିରିରେ ୧୭ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ

IMG-20261005-WA0091
Share

 

 

*ମାଲକାନଗିରି, ୫ ଅକ୍ଟୋବର:*

 

ମାଲକାନଗିରି ଜିଲ୍ଲାର ଯୁବକ-ଯୁବତୀମାନଙ୍କୁ ଦକ୍ଷତା ବିକାଶ ସହ ନିଯୁକ୍ତିର ସୁଯୋଗ ପ୍ରଦାନ ଲକ୍ଷ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ପ୍ରକୋଷ୍ଠରେ ଏକ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ୧୭ ଜଣ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

 

ସୂଚନାଯୋଗ୍ୟ ଯେ, ଏହି ଯୁବକ-ଯୁବତୀମାନେ ମାଲକାନଗିରିସ୍ଥିତ ଡାଟାପ୍ରୋ ଟ୍ରେନିଂ ସେଣ୍ଟରରୁ ସଫଳତାର ସହ ଦକ୍ଷତା ବିକାଶ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ପ୍ରଶିକ୍ଷଣ ସମାପ୍ତ ପରେ ସେମାନଙ୍କୁ ଚେନ୍ନାଇସ୍ଥିତ ସରବଣା ଷ୍ଟୋର୍ସ ସୁପର ଷ୍ଟୋରରେ ରିଟେଲ ସେଲ୍ସ ଏକ୍ସିକ୍ୟୁଟିଭ୍ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ମିଳିଛି।

 

ନବନିଯୁକ୍ତ ଯୁବକ-ଯୁବତୀମାନଙ୍କୁ ଅଭିନନ୍ଦନ ଜଣାଇ ଅତିରିକ୍ତ ଜିଲ୍ଲାପାଳ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଜିଲ୍ଲାର ଯୁବପିଢ଼ିଙ୍କୁ ଦକ୍ଷତା ପ୍ରଶିକ୍ଷଣ ମାଧ୍ୟମରେ ସ୍ୱାବଲମ୍ବୀ ଓ ନିଯୁକ୍ତିଯୁକ୍ତ କରିବା ପାଇଁ ଏହିପରି ପ୍ରୟାସ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସେ ପ୍ରକାଶ କରିଥିଲେ।

 

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଗୁପ୍ତ ମାଢି, କନିଷ୍ଠ ନିୟୋଜନ ଅଧିକାରୀ ରାଜେଶ କୁମାର ନାୟକଙ୍କ ସମେତ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

You may have missed