October 4, 2026

*ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ, ୦୪ ଗିରଫ …

IMG-20261004-WA0141
Share

 

ବାଲେଶ୍ବର ( ଦେବାଶିଷ ଦାଶ )

 

ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଅଡ଼ା ଛକ, ବାଲିଖଣ୍ଡ ବଜାର, ସାହୁଖୋରଦା ଛକ ଏବଂ ମାର୍କୋଣା ରେଲୱେ କଲୋନୀ ଅଞ୍ଚଳରେ ଚଢ଼ାଉ କରାଯାଇ ୧୫ ଲିଟର ଦେଶୀ ମଦ, ୨୭ ଲିଟର ବିଦେଶୀ ମଦ ଓ ୩୦.୨୦୦ ଲିଟର ବିଅର ଜବତ କରିବା ସହିତ ଅଲ୍ଲିପୁର ଗ୍ରାମର ମହେଶ୍ୱର ମାଝୀ, ଶ୍ୟାମସୁନ୍ଦରପୁର ଗ୍ରାମର ହିମାଂଶୁ ଶେଖର ନାୟକ, କଖଡ଼ପଦା ଗ୍ରାମର ରାମଚନ୍ଦ୍ର ସାମଲ ଓ କୁପୁରା ଗ୍ରାମର ଉମାକାନ୍ତ ଦାସ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ, ଶଶୀକାନ୍ତ ସାହୁ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

You may have missed