October 3, 2026

ସାମ୍ୱାଦିକ ଙ୍କ ପିତୃ ବିୟୋଗ …

IMG-20261003-WA0085
Share

ପାତ୍ରପୁର ବ୍ଲକ ଅନ୍ତର୍ଗତ ଗୁଣ୍ଡୁରା ଗ୍ରାମର ଧରିତ୍ରୀ ସାମ୍ୱାଦିକ ଉମା ଚରଣ କର ଙ୍କ ପିତା ଭୁବନେଶ୍ୱର କର (୭୬) ଙ୍କ ପର ଲୋକ ଘଟିଛି। ଭୁବନେଶ୍ବର ଠାରେ କନିଷ୍ଠ ପୁତ୍ରଙ୍କ ଘରେ ସ୍ୱର୍ଗତ ଭୁବନେଶ୍ୱର କର ରହୁଥିବା ବେଳେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପୁରୀ ସ୍ୱର୍ଗଦ୍ୱାର ଠାରେ ଶବ ସଂସ୍କାର କରାଯାଇଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟରେ ତିନି ପୁତ୍ର ବଧୂ, ଦୁଇ ପୁତ୍ର ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ଚିକିଟି, ପାତ୍ରପୁର ଅଞ୍ଚଳର ବହୁ ସାମ୍ୱାଦିକ ଓ ବୁଦ୍ଧିଜୀବୀ ମାନେ ସ୍ୱର୍ଗତ ଭୁବନେଶ୍ୱର କର ଙ୍କ ଆତ୍ମା ର ସଦଗତି କାମନା କରିଛନ୍ତି।  ( ଚିକିଟି ଶୁଭଶ୍ରୀ ପ୍ରଧାନ )