ଲାଇଫ କେୟାର ହସ୍ପିଟାଲ ଓ ଆର.ଏସ.ଏସ., ବୁଢାରଜା ନଗର ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ
ସ୍ବେଛାକୃତ ଭାବେ ୫୭ ଜଣ ବ୍ୟକ୍ତି କଲେ ରକ୍ତଦାନ
ସେବା ସଂକଳ୍ପ ଅଭିଯାନ ରେ ଆୟୋଜିତ ହେଲା ରକ୍ତଦାନ ଶିବିର
ସମ୍ବଲପୁର, ୦୨. ୧୦:ସମ୍ବଲପୁର ସହରର ଅଇଁଠାପାଲି ସ୍ଥିତ ଲାଇଫ୍ କେୟାର୍ ହସ୍ପିଟାଲ୍ ଓ ଆର.ଏସ.ଏସ. ବୁଢାରଜା ନଗର ପକ୍ଷରୁ ଲାଇଫ କେୟାର ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଠାରେ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୋଟ ୫୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି l ଏହି ଶିବିର ର ଆୟୋଜନ ଦ୍ୱାରା ନିଶ୍ଚିତ ଭାବରେ ରକ୍ତଭଣ୍ଡାର ରେ ଉପୁଜୁଥିବା ଅଭାବନୀୟ ପରିସ୍ଥିତି ଦୂର କରିବାରେ କିଛି ମାତ୍ରାରେ ସହାୟକ ହେବ ବୋଲି ଡାକ୍ତର ଦେବତା ପ୍ରକାଶ କରିଛନ୍ତି l
ସମ୍ବଲପୁର ଜିଲ୍ଲା ରେଡ଼କ୍ରସ ଦ୍ୱାରା ପରିଚାଳିତ ରକ୍ତ ଭଣ୍ଡାର ଦ୍ୱାରା ପରିଚାଳିତ ଏହି ରକ୍ତଦାନ ଶିବିର ଟି ଲାଇଫ୍ କେୟାର୍ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପ୍ରଭାସ ଦେବତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ବେଳେ ବିଶ୍ୱରଂଜନ ଜେନା ସକ୍ରିୟ ସହଯୋଗ କରିଥିଲେ l
ସାରା ଦେଶରେ ଏକ ମାସ ବ୍ୟାପି ସେବା ସଂକଳ୍ପ ଅଭିଯାନ ଚାଲିଥିବା ବେଳେ, ପବିତ୍ର ଗାନ୍ଧୀ ଜୟନ୍ତୀ ତଥା ଶାସ୍ତ୍ରୀ ଜୟନ୍ତୀ ରେ ଏକ ଏହି ଶିବିର ଆୟୋଜନ ଦ୍ୱାରା ଅନେକ ସ୍ବେଛାସେବୀ ଉତ୍ସାହ ର ସହ ରକ୍ତଦାନ ଶିବିର ରେ ରକ୍ତଦାନ କରିଥିଲେ l
ଏହି ମହତ ସେବା କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ସେଠୀ ଙ୍କର ସହ ବରିଷ୍ଠ ନେତା ସବିତା ନନ୍ଦ, ସୂର୍ଯ୍ୟ ପାଣିଗ୍ରାହୀ, ଦେଓ କିରଣ ପଟ୍ଟନାୟକ, ନରେଶ ବର୍ମା, ସରୋଜ ସାହୁ, କାର୍ତ୍ତିକ ବହିଦାର, ରାମଦାସ ପଣ୍ଡା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମହାନଗର ପ୍ରଚାରକ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗ ଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ l
ଏଥିସହ ଡାକ୍ତର ଲକ୍ଷ୍ମୀ ନାରାୟଣ ରଥ,ରାଜେନ୍ଦ୍ର ଶତନାମୀ, କାଶୀନାଥ ପ୍ରଧାନ ,ଅନୁପ ବହୁଗୁଣା, କାର୍ତ୍ତିକ ଚନ୍ଦ୍ର ବାରିକ,ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଶିବିରରେ କାଶୀନାଥ ସିକ୍ୟୁରିଟି କମ୍ପାନୀ ର ୧୦ଜଣ କର୍ମଚାରୀ ମଧ୍ୟ୍ୟ ଉତ୍ସାହ ର ସହ ରକ୍ତଦାନ କରିଥିଲେ l
ସମ୍ବଲପୁର ବୁର୍ଲା ରକ୍ତ ଭଣ୍ଡାର ର ଡାକ୍ତର କଳ୍ପେଶ୍ୱର କକ୍କଡ଼, ଟେକନିସିଆନ କାମଦେବ ପଟେଲ, ପ୍ରତାପ କୁମାର ସାହୁ, ଅଶୋକ ମିଶ୍ର,ରଜତ ସାହୁ ଓ ବର୍ଷା ରାଣୀ ମହାପାତ୍ର ଙ୍କ ସହ ଲାଇଫ କେୟାର ହସ୍ପିଟାଲ ର ସ୍ୱାସ୍ଥ୍ୟ ସେବୀ ମାନେ ଶିବିର କୁ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ l
