ଆଜିର ଖବର..
ରାଜ୍ୟର ଅଧିକାଂଶ ସ୍ଥାନରେ ଆଂଶିକ ମେଘୁଆ ସହ କିଛି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବ। ତାପମାତ୍ରା ୩୪ ରୁ ୩୫ ଡିଗ୍ରୀ ମଧ୍ୟରେ ରହିବ।
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ୨୮ଟି ଗେଟ୍ ଖୋଲାଯାଇଥିବାରୁ ତଳିଆ ଅଞ୍ଚଳରେ ସତର୍କତା ଜାରି।
ମହାନଦୀରେ ଜଳସ୍ତର ବୃଦ୍ଧି ପାଇ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁରର ଚାଷଜମି ପ୍ରଭାବିତ ହେବା ଆଶଙ୍କା।
ରାଜ୍ୟ ସରକାରଙ୍କ ଠାରୁ ଲିଜ୍ ସୂତ୍ରରେ ଜମି ନେଇ ବ୍ୟବହାର କରୁନଥିଲେ, ଜମି ଫେରାଇ ନେଇଯିବେ ସରକାର।
ବିଧାନସଭାର ମୌସୁମୀ ଅଧିବେଶନ ସରିଗଲା। ମାତ୍ର ୯ ଦିନ ପାଇଁ ଡାକିଥିଲେ ବି, ୫ଟି କାର୍ଯ୍ୟଦିବସରେ ଗୃହ କାର୍ଯ୍ୟ ମୋଟ ୫ ଘଣ୍ଟା ଚାଲିଲା।
କେନ୍ଦ୍ର ସରକାରଙ୍କ ନୂଆ ଖଣି ଆଇନ ପ୍ରତ୍ୟାହାର ଦାବିରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ଓଡିଶା ସ୍ୱାର୍ଥ ପାଇଁ ଏକାଠି ହେବାକୁ ନବୀନଙ୍କ ଆହ୍ବାନ।
ନିର୍ବାଚନ ଆୟୋଗଙ୍କ ଭୋଟ ଜାଲିଆତି ବିରୋଧରେ ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ।
ଫାର୍ମଏକ୍ସ କମ୍ପାନୀ ଓଡ଼ିଶାରେ ୧,୦୦୦ କୋଟି ଟଙ୍କା ବ୍ୟୟରେ ବୈଦ୍ୟୁତିକ ଟ୍ରାକ୍ଟର କାରଖାନା ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛି।
ବିଶ୍ୱ ପର୍ଯ୍ୟଟନ ଦିବସରେ ରାଜ୍ୟର କଳା ଓ ସଂସ୍କୃତି ପ୍ରସାର ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ନୂତନ ଡିଜିଟାଲ ପଦକ୍ଷେପ ଘୋଷଣା।
ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଛାତ୍ର ବିଜେପି ଏବିଭିପି ଦାବି କରିଛି, ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି।
କଟକ ମେଡ଼ିକାଲରେ ମେଡିସିନ, ସର୍ଜରି, ଟ୍ରମା, ଅର୍ଥୋପେଡିକ ଇତ୍ୟାଦି ବିଭାଗରେ ଆବଶ୍ୟକ ହେଉଥିବା ଜରୁରି ଔଷଧ ନାହିଁ।
ପଶ୍ଚିମ ଓଡ଼ିଶାରେ ୨,୫୬,୦୦୨ ପଞ୍ଜିକୃତ ଦିବ୍ୟାଙ୍ଗ ହିତାଧିକାରୀ, ମାତ୍ର ୧,୬୪,୭୦୦ ପାଉଛନ୍ତି ଭତ୍ତା, ଅବଶିଷ୍ଟ ୯୧,୩୦୨ ଜଣ ଦିବ୍ୟାଙ୍ଗ ନିରାଶ।
କଟକ ନିଆଳିରେ ନକଲି ପନିର କାରବାର ଅଭିଯୋଗରେ ୧୧ ଜଣଙ୍କ ବିରୋଧରେ ଏତଲା ଦିଆଯାଇ କେମିକାଲ ଜବତ ହୋଇଛି।
ମହାନଦୀ ଜଳସ୍ତର ବୃଦ୍ଧି ପରେ ବାଙ୍କୀରେ ବନ୍ୟା ଆଶଙ୍କା, ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।
ବାଲେଶ୍ୱରରେ ଫକୀର ମୋହନ ସେନାପତିଙ୍କ ସ୍ମୃତି ବିଜଡ଼ିତ ୩୦୦ ବର୍ଷ ପୁରୁଣା କୋଠା ଭୁଶୁଡ଼ି ପଡ଼ିବା ପରେ ସଂରକ୍ଷଣ ଦାବି ଉଠିଛି।
କେନ୍ଦୁଝରରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ହୋଇଛି ଓ ଦୁଇ ଜଣ ଗୁରୁତର ହୋଇଛନ୍ତି।
ଭୁବନେଶ୍ୱରରେ ୩୫୦ କୋଟି ଟଙ୍କାର ରାଜସ୍ୱ ଭବନ ପ୍ରକଳ୍ପ କାମ ଆଗେଇ ନପାରିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
କୁମାର ଖୁଣ୍ଟି ଜଙ୍ଗଲରେ କାହ୍ନା ଓ ରାଧିକା ନାମକ ଦୁଇଟି ହାତୀ ଛୁଆଙ୍କ ଉପରେ ବନ ବିଭାଗ ନଜର ରଖିଛି।
ଭୁବନେଶ୍ୱର ଚନ୍ଦକାରେ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଗ୍ରୀନ ମାରାଥନ ଅନୁଷ୍ଠିତ ହୋଇଯାଇଛି।
ପୁରୀ ଉପକୂଳ ମାରାଥନ ୨୦୨୬ ପାଇଁ ରାଜ୍ୟର ୩୨ଟି ସ୍ଥାନରେ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଢେଙ୍କାନାଳର ପାରମ୍ପରିକ ଲୁପ୍ତପ୍ରାୟ ସିମିନୋଇ ଶାଢ଼ୀର ପୁନରୁଦ୍ଧାର ପାଇଁ ବୁଣାକାର ସମିତି ସ୍ୱତନ୍ତ୍ର ପଦକ୍ଷେପ ନେଇଛି।
ଭୁବନେଶ୍ୱରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରୁଛନ୍ତି କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ।
ରାୟଗଡ଼ାରେ କ୍ରିକେଟ ମ୍ୟାଚ ଖେଳୁଥିବା ସମୟରେ ଜଣେ ରାଜସ୍ୱ ନିରୀକ୍ଷକ ହୃଦଘାତରେ ପ୍ରାଣ ହରାଇଛନ୍ତି।
ଅପରାଧ ଖବର
ଭୁବନେଶ୍ୱରରେ ୯.୨୪ କୋଟି ଟଙ୍କା ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସ ଆଉ ଚାରି ଜଣଙ୍କୁ ଗିରଫ କରିଛି।
ପାରାଦୀପର ଅଳଙ୍କାର ଦୋକାନରୁ ବନ୍ଧୁକ ଦେଖାଇ ୩୦ରୁ ଅଧିକ ସୁନା ମୁଦି ଲୁଟ୍ ହୋଇଛି।
ଗଜପତିରେ ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରି ଶବ ପୋଡ଼ି ଦିଆଯାଇଥିବା ଘଟଣାରେ ପୁଲିସ ତଦନ୍ତ ଚଳାଇଛି।
ଯାଜପୁର ବଡଚଣାରେ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ସରକାରୀ ଇଂଜିନିୟର ଗିରଫ।
ଗଞ୍ଜାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀବଦ୍ଧ ଆକ୍ରମଣରେ ଜଣେ ଯୁବକ ନିହତ ଓ ଜଣେ ଆହତ ହୋଇଛନ୍ତି।
ଓଡ଼ିଆ ଆଲବମ ଅଭିନେତ୍ରୀ ଜସ୍ମିନ ମାଝୀଙ୍କ ବିଷ ପିଇ ଆତ୍ମହତ୍ୟା ଘଟଣାରେ ପୁଲିସ ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତ କରୁଛି।
ଗଞ୍ଜାମ ଆସିକାରେ ବିଜେପି ମଣ୍ଡଳ ସଭାପତି କାଳିଆ ନାହାକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ।
ନବରଙ୍ଗପୁରର ରାଇଘରରେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ, ଜଣେ ଅଟକ, ଦୁଇ ଫେରାର।
କେନ୍ଦୁଝର ଷ୍ଟ୍ରିଟ୍ଲାଇଟ୍ ଦୁର୍ନୀତି ମାମଲାରେ ୩ ସରକାରୀ ଇଂଜିନିୟର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।
ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ, ପତୋରା-ଭେରା ରାସ୍ତାରେ ଭିଡିଓ ଭାଇରାଲ।
🇹🇯
ପୂର୍ବ ନୌସେନା ମୁଖ୍ୟଙ୍କ ସମେତ ୨ ହଜାରରୁ ଅଧିକ ଲୋକ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ, ଏସ୍ଆଇଆର୍ ଉପରେ ରୋକ୍ ଲଗାଇବାକୁ ଦାବି।
ଅନଲାଇନ ରମି ଗେମ୍ କମ୍ପାନୀର ୪୪୨ କୋଟି ଟଙ୍କାର ସମ୍ପତ୍ତି ବେଆଇନ କାରବାର ଅଭିଯୋଗରେ ଇଡି ବ୍ୟାଜ୍ୟାପ୍ତ କରିଛି।
ରାଜସ୍ଥାନ ଉଦୟପୁରରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଡାକ୍ତରୀ ଛାତ୍ରଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଛି।
ବିହାର ସମସ୍ତିପୁରରେ ନାବାଳିକା ହଇରାଣ ଭିଡିଓ ଭାଇରାଲ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ଗୋଆର ତେଜପାଲ ଯୌନ ନିର୍ଯାତନା ମାମଲାରେ ସୁପ୍ରିମକୋର୍ଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।
ଆଇଆଇଟି ବମ୍ବେ ଛାତ୍ର ସାହିଲଙ୍କ ମୃତ୍ୟୁ ମାମଲାରେ ସଂସ୍ଥା କ୍ଷମା ପ୍ରାର୍ଥନା କରିଛି ଏବଂ ପୁଲିସ ତଦନ୍ତ ଜାରି ରଖିଛି।
ବିଜେପିର ବିରୋଧ ସତ୍ତ୍ବେ ଜମ୍ମୁ-କାଶ୍ମୀର ବିଧାନସଭାରେ ରାଜ୍ୟ ମାନ୍ୟତା ପ୍ରସ୍ତାବ ପାରିତ।
ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଅକ୍ଟୋବର ୨ରୁ ‘ଜେଲ୍ ଭରୋ’ ଆନ୍ଦୋଳନ: ପୁଲିସ ଅନୁମତି ନଦେଲେ ବି ହଟିବନି ସିଜେପି।
ଆଗାମୀ ନିର୍ବାଚନ ପୂର୍ବରୁ ଇରାନ ଉପରେ ଆକ୍ରମଣ ନେଇ ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଥିବାରୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ିଛି।
ବୋଇଂ ୭୩୭ ମ୍ୟାକ୍ସ ବିମାନର ସଫ୍ଟୱେୟାର ତ୍ରୁଟି ଯୋଗୁଁ ସମଗ୍ର ବିଶ୍ୱରେ ବିମାନଗୁଡ଼ିକର ଯାନ୍ତ୍ରିକ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି।
ନୂଆଦିଲ୍ଲୀରେ ଅନୁଷ୍ଠିତ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀରେ ବିଭିନ୍ନ ଦେଶ ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ ଉପରେ ଗୁରୁତ୍ୱ ଦେଇଛନ୍ତି।
ପପ୍ ଗାୟକ ଏନରିକ ଇଗ୍ଲେସିଆସଙ୍କ ଚର୍ଚ୍ଚିତ ଗୀତ ‘ହିରୋ’ ୨୫ ବର୍ଷ ପୂରଣ କରିଛି।
🚴🏼♀️🏆⚽
ଏସୀୟ କ୍ରୀଡ଼ା ୨୦୨୬ର ୨୫ ମିଟର ପିସ୍ତଲ ପ୍ରତିଯୋଗିତାରେ ଭାରତୀୟ ସୁଟର ଇଶା ସିଂହ ରୌପ୍ୟ ପଦକ ଜିତିଛନ୍ତି।
ଏସୀୟ କ୍ରୀଡ଼ା ପୁରୁଷ ହକିରେ ବାଂଲାଦେଶ ବିପକ୍ଷରେ ଭାରତ ୧୦-୦ ଗୋଲ୍ରେ ବିଜୟୀ ହୋଇଛି।
ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳର ସମ୍ଭାବ୍ୟ ତାଲିକାରେ ଓଡ଼ିଶାର ତିନି ଜଣ ଖେଳାଳି ସ୍ଥାନ ପାଇଛନ୍ତି।
ଓଡ଼ିଶା ଟି-୨୦ ଲିଗରେ ପୁରୀ ଟାଇଟାନ୍ସକୁ ୮ ୱିକେଟରେ ପରାସ୍ତ କରିଛି ସମ୍ବଲପୁର ୱାରିୟର୍ସ। ଫାଇନାଲ୍ରେ କେନ୍ଦୁଝର ମାଇନର୍ସ।
ଏସୀୟ କ୍ରୀଡ଼ା ସ୍କ୍ୱାଶରେ ରୌପ୍ୟ ପଦକ ପାଇଥିବା ଭାରତୀୟ ଖେଳାଳି ଅଭୟ ଅଲିମ୍ପିକ୍ସ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି।
ମହିଳା ମଲ୍ଲଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ବିଜେପି ନେତା ବ୍ରିଜଭୂଷଣଙ୍କୁ କୋର୍ଟ ନୋଟିସ୍।
*ଗତବର୍ଷ ଏଇ ସମୟରେ*
ଜାତୀୟ ରାଜପଥରେ ଗୋରୁଙ୍କ ପ୍ରାଦୁର୍ଭାବ ହ୍ରାସ କରିବେ ବୋଲି କହିଥିଲେ ସରକାର।
ଦୁଇବର୍ଷ ପୂର୍ବେ ଗାଈ ଓ ମଇଁଷିଙ୍କ ପାଇଁ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ।
ଓଡ଼ିଆ ସ୍ପିନର୍ ପ୍ରଜ୍ଞାନ ଓଝା ଭାରତୀୟ କ୍ରିକେଟ୍ ଦଳର ଚୟନକର୍ତ୍ତା ନିଯୁକ୍ତ ହୋଇଥିଲେ।
ଏସିଆର ପ୍ରଥମ ମହିଳା ଟ୍ରେନ ଲୋକୋ ପାଇଲଟ, ଭାରତୀୟ ରେଳବାଇର ସୁରେଖା ଯାଦବ ଅବସର ଗ୍ରହଣ କରିଥିଲେ।
=================
ଆଜି ବିଶ୍ୱ ହୃଦ ସ୍ୱାସ୍ଥ୍ୟ ଦିବସ
ଆଜି ଜନ୍ମଦିନ: କନଫୁସିୟସ, ବ୍ରିଜେଶ ମିଶ୍ର, ମେହମୁଦ, ଖୁସବୁ
ଆଜି ତିରୋଧାନ: ଟମ ଅଲଟର (ଅଭିନେତା)
ଇତିହାସରେ ଆଜି: (୨୦୧୬) ଉରି ଆକ୍ରମଣ ଜବାବରେ ଭାରତର ସର୍ଜିକାଲ ଷ୍ଟ୍ରାଇକ/ (୧୯୨୭) ଆମେରିକା ଓ ମେକ୍ସିକୋ ମଧରେ ଟେଲିଫୋନ ସେବା ଆରମ୍ଭ/ (୧୯୫୯) ଆରତୀ ଶାହାଙ୍କ ଇଂଲିଶ ଚାନେଲ ସନ୍ତରଣ/ (୧୯୬୨) କଲିକତାରେ ବିର୍ଲା ପ୍ଲାନେଟୋରିୟମ ଖୋଲିଲା
=================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
