September 29, 2026

ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ..

IMG-20260927-WA0000
Share

ଲାଞ୍ଜିଗଡ, ତା: ୨୬/୦୯ କଳାହାଣ୍ଡି (ପୁରନ୍ଦର ଦଣ୍ଡସେନା)

କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ରେଞ୍ଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଲୋକର ମୃତ୍ୟୁ ହୋଇଛି। ମୃତକ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ବିଜେପୁର ସେକ୍ସନ ଅନ୍ତର୍ଗତ ବେନଗାଁ ପଞ୍ଚାୟତ ବେତିଆପଡା ଗ୍ରାମର ଡ୍ରିମ୍ବା ମାଝୀ (୪୮) ବୋଲି ଜଣାପଡିଛି। ସୂଚନା ଅନୁସାରେ, ଆଜି ସକାଳ ସାଢେ ୭ଟା ସମୟରେ ଡ୍ରିମ୍ବା ନିଜ ଗାଁଠାରୁ ୫୦୦ ମିଟର ଦୂରରେ ପଟାଙ୍ଗପଦର ଯିବା ରାସ୍ତାରେ ଥ‌ିବା ନିଜ କପା ଚାଷ ଜମିକୁ ଯାଇଥିବା ବେଳେ ଜଙ୍ଗଲରୁ ଆସିଥିବା ହାତୀ ହାବୁଡ଼ରେ ପଡିଥିଲେ। ହାତୀ ଡ୍ରିମ୍ବାକୁ ଗୋ ଗୋଡ଼ାଇ କଚାଡି ମାରିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ବନବିଭାଗ ଓ ବିଜେପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି।

*ଲାଞ୍ଜିଗଡ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିୟୁଜ୍ ଉପାନ୍ତ ଖବର*

You may have missed