ସାରଳା ମନ୍ଦିର କୁ ମୁଖ୍ୟରାସ୍ତାର ତେନ୍ତୁଳିପଦା ଗାଁ ରେ ଖାଲଖମା : ତାଳିପକା କାମ ଯୋଗୁଁ, ବଢୁଛି ଦୁର୍ଦ୍ଦଶା
ତିର୍ତ୍ତୋଲ ତା 24/9/2026 କଟକ – ପାରାଦ୍ୱୀପ ରାସ୍ତାର, ସାରଳାରୋଡ଼, ଦୋସଡିକ ଛକ ଠାରୁ ଝଙ୍କଡ଼ ସାରଳା ମନ୍ଦିର କୁ ଯିବାର ମୁଖ୍ୟରାସ୍ତା ଟି ତେନ୍ତୁଳିପଦା ଗ୍ରାମର, ବୁଡୁନଈ ପୋଲ ଠାରୁ ଗାଁ ଶେଷମୁଣ୍ଡ ପର୍ଯ୍ୟନ୍ତ କଂକ୍ରିଟରୋଡ଼ ଥିଲାବେଳେ, ଅବଶିଷ୍ଟ ଚାରିକିଲୋମିଟର ରାସ୍ତାକୁ ପିଚୁରାସ୍ତାରେ ପରିଣତ କରାଯାଇଛି l ଗାଁ ଭିତରେ ଯାଇଥିବା କଂକ୍ରିଟରୋଡ଼ ଟି ଖାଲ ଖମା ରେ ପରିଣତ ହୋଇଥିବାରୁ, ମରଣଯନ୍ତା ରେ ପରିଣତ ହୋଇଛି l ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରକାଶ ପାଇବାପରେ, ବିଭାଗୀୟ ଯନ୍ତ୍ରୀମାନେ କଂକ୍ରିଟରୋଡ଼ ଉପରେ ଠାଏ ଠାଏ, ସ୍ପଲ ଓ ଡଷ୍ଟ ପକାଇ ଅସ୍ଥାୟୀ ଭାବରେ ପ୍ୟାଚ ପକାଇ ଦେଉଛନ୍ତି l ମାତ୍ର ଅସରାଏ ବର୍ଷା ହେଲାମାତ୍ରେ ଡଷ୍ଟ ଗୁଡିକ ଉଠିଯାଉଛି l ଯାହାଫଳରେ ଯଥାପୂର୍ବ ତଥା ପର ଅବସ୍ଥା ସୃଷ୍ଟି ହେଉଛି l ଜଗଦିଶ ପରିଜା ଙ୍କ ଘର ସମ୍ମୁଖରେ ଖାଲଖମା ଉପରେ ଆଣ୍ଠିଏ ପାଣି ଜମିରହୁଥିବାରୁ, ଦୁଇଚକିଆ ଯାନବାହାନ ଗୁଡିକ, ଖାଲରେ ପଡି ଗୁରତ୍ତର ଭାବେ ଖଣ୍ଡିଆ ଖାବରା ହେଉଛନ୍ତି l ବିଶେଷ କରି ପ୍ରତିଦିନ ଏହି ରାସ୍ତାରେ ଶହ ଶହ ଯାନବାହାନ, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନେ, ସାରଳାପୀଠ ଓ ଗୋରେଖମଠ କୁ ଗଲାବେଳେ, ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାରେ ଏହି ରାସ୍ତାଟି ନିର୍ମାଣ କରାଯାଇ ଥିବାବେଳେ ଏହାର ସ୍ଥାୟୀ ନିରାକରଣ ପାଇଁ ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେଉନଥିବାରୁ, ଦିନକୁ ଦିନ ଯାତ୍ରୀ ଓ ପଥଚାରୀ ମାନଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି l କଂକ୍ରିଟରୋଡ଼ କୁ ପୁନଃ କଂକ୍ରିଟରୋଡ଼ ରେ ପରିଣତ କରାଯିବା ସହିତ, ରାସ୍ତାଉପରେ ଜବରଦଖଲ କରି, ସ୍ଥାୟୀ ପ୍ରାଚୀର, ପିଣ୍ଡା ନିର୍ମାଣ ସହିତ ରାସ୍ତାଉପରେ ବଡ଼ବଡ଼ ପଥର ରଖିଥିବାଯୋଗୁଁ, ଯାନିଯାତ୍ରା ସମୟରେ ଘଣ୍ଟାଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖାଯାଉଛି l ଜିଲ୍ଲାପ୍ରଶାସନ ଯେତେଶୀଘ୍ର ଏହାର ଅନୁଧ୍ୟାନ କରି ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବୀ ହେଉଛି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
