ଡକାୟତି ଉଦ୍ୟମ ବିଫଳ। ଚାରି ଗିରଫ ଓ କୋର୍ଟ ଚାଳାଣ
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ନର୍ଲା ବ୍ଲକ ତଥା ଥାନା ଅନ୍ତର୍ଗତ ବାଲିସିଂଘା ପଞ୍ଚାୟତରେ ସୋମବାର ବିଳମ୍ବିତ ରାତିରେ ନର୍ଲା ପୋଲିସ ଦ୍ୱାରା ରାତ୍ର ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ,ବାଲିସିଂଘା ଗ୍ରାମ ଠାରୁ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ୬ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ସହ ଡକାୟତି କରିବାକୁ ନେଇ ପ୍ରସ୍ତୁତ ହେଉଥିବାବେଳେ, ପୋଲିସ ସେମାନଙ୍କୁ କାବୁ କରିବାପାଇଁ ଚେଷ୍ଟା କରିବା ସମୟରେ ଘଟଣା ସ୍ଥଳରୁ ଦୁଇ ଜଣ ଯୁବକ ଫେରାର ମାରିଥିବାବେଳେ ଏବଂ ଚାରି ଜଣଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା ଓ ସେମାନଙ୍କୁ ଗିରଫ କରି ଥାନାକୁ ଆଣିବା ସହ ସେମାନଙ୍କ ଠାରୁ ଦୁଇଟି ପିସ୍ତଲ, ତିନୋଟି ମୋବାଇଲ, ଗୋଟିଏ କାତି ସହ ତିନି ଗୋଟି ବାଇକ ଜବତ କରାଯାଇଥିଲା। ଥାନାରେ ସେମାନଙ୍କୁ ପଚରାଉଚୁରା ସମୟରେ,ସେଥିମଧ୍ୟରୁ ଗୋଟିଏ ଚୋରା ବାଇକ ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା ଏବଂ ଏଥିସହ ଏହି ଡକାୟତ ମାନଙ୍କ ମଧ୍ୟରୁ ତିନି ଜଣ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତ ଅଧିନସ୍ଥ ଭାଲୁଚଞ୍ଚରା ଗ୍ରାମର ବୋଲି ଜଣା ପଡିଥିଲା। ଏହାପରେ ପୋଲିସ ସେମାନଙ୍କୁ ଆହୁରି ଅଧିକ ପଚରା ଉଚୁରା କରିବାପରେ, ସେମାନଙ୍କ ବିରୁଦ୍ଧରେ ଏକ ମାମଲା ୠଜ୍ଜୁ କରି ଗତକାଲି ଚାରି ଜଣଙ୍କୁ ମ.ରାମପୁର କୋର୍ଟ ଚାଳାଣ କରିବା ସହ ଏଥିରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ଯୁବକଙ୍କୁ ଅତିଶୀଘ୍ର ଧରାଯିବ ବୋଲି ନର୍ଲା ଥାନା ଅଧିକାରୀ ଜଣାଇଛନ୍ତି।
