September 22, 2026

ଅଶାନ୍ତ ଅସ୍ତରଙ୍ଗ ସମୁଦ୍ର,ପୁରୀ ଜିଲାରେ ଅରେଞ୍ଜ ଓ ରେଡ ଆଲଟ

IMG-20260922-WA0096
Share

 

ଅସ୍ତରଙ୍ଗ, ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତ ରେ ପରିଣତ ହୋଇଛି l ଏହା ପୁରୀ ଜିଲ୍ଲା ଉପକୂଳ ଠାରୁ ୩୧୦କିମି ଦକ୍ଷିଣ ପୂର୍ବ ରେ ରହିଥିବା ବେଳେ, ଅସ୍ତରଙ୍ଗ ଅଞ୍ଚଳରେ ସନ୍ଧ୍ୟା ସୁଦ୍ଧା ବର୍ଷା ଲାଗି ରହି ପବନ ବହିବା ସହ ୫୪ମିମି ବର୍ଷା ରେକଡ଼ କରାଯାଇ ଅଛି l ପୁରୀ ଜିଲ୍ଲା ପାଇଁ ଅରେଞ୍ଜ ଓ ରେଡ ଆଲଟ ଜାରି ରହିଥିବା ବେଳେ, ସମୁଦ୍ର ଅଶାନ୍ତ ରହିବା ସହ ୬୫ ରୁ ୭୫ କିମି ବେଗରେ ପବନ ବହିବା ର ସମ୍ଭାଵନା ରହିଛି l ଅସ୍ତରଙ୍ଗ ଉପକୂଳ ରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ବଡ଼ ବଡ଼ ଢେଉ ଉଠିବା ଓ ମତ୍ସଯିବି ମାନଙ୍କୁ ୨୪ତାରିଖ ଯାଏ ସମୁଦ୍ର କୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବାରଣ କରା ଯାଇ, ସମୁଦ୍ର ତଟରେ ରେଡ ଫ୍ଲାଗ ଲଗାଯାଇ ଅଛି l ଅସ୍ତରଙ୍ଗ ଅଂଚଳ ର ସମସ୍ତ ସରକାରୀ କର୍ମ ଚାରୀଙ୍କୁ ବାତ୍ୟା ର ମୁକାଵାଲା କରିବା ପାଇଁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଥିବା ଜଣା ପଡିଛି l