ଦରିଦ୍ରନାରାୟଣ ସେବାସଙ୍ଘ ବୈଠକ ରେ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ..
ତିର୍ତ୍ତୋଲ ତା 22/9/2026 ତିର୍ତ୍ତୋଲ ବ୍ଲକ, କନକପୁର ପଞ୍ଚାୟତ ଅଧିନ ତରାପୁର ସ୍ଥିତ, ଦରିଦ୍ର ନାରାୟଣ ସେବାସଙ୍ଘ ତରଫରୁ, ପରିବେଶ ସୁରକ୍ଷା ନିମନ୍ତେ ଏକ ବୈଠକ, ମାଲଣ୍ଡ, ଭାରତୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକ ରେ ସମ୍ପାଦକ ଦିଗମ୍ବର ରାଉତ, ପୂର୍ବ ଅଧିବେଶନ ର ବିବରଣୀ ପାଠ କରିଥିଲେ l ଧରାପୃଷ୍ଠ, କ୍ରମଶଃ ଵୃକ୍ଷଶୂନ୍ୟ ହେବାରୁ, ପରିବେଶ ନଷ୍ଟହେଉଛି ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବ୍ୟାପକ ଧନଜୀବନ ଧ୍ବଂସ ପାଇବାରେ ଲାଗିଛି l ତେଣୁ ଚଳିତବର୍ଷ ସଙ୍ଘ ତରଫରୁ, କେତେକ ଶିକ୍ଷାନୁଷ୍ଠାନ, ଧର୍ମପୀଠ ଓ ରାସ୍ତାକଡରେ ଛାୟା ପ୍ରଦ ବୃକ୍ଷରୋପଣ କରିବା ପାଇଁ, ସଭାପତି ଙ୍କ ଦ୍ୱରା ଆଗତ ପ୍ରସ୍ତାବ ଏହିବୈଠକ ରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ନାୟକ, ଭୀମସେନ ବିଶ୍ୱାଳ, ହାଡିବନ୍ଧୁ ବେହେରା, ରାଜକିଶୋର ଦାଶ, ନାରାୟଣ ପ୍ରସାଦ ପଣ୍ଡା, କୁମରବର ସେନାପତି, ରବୀନ୍ଦ୍ରନାଥ ସିଂହ, ସୁଦର୍ଶନ ନାୟକ, ସାରଦା ନାୟକ, ଅନ୍ନଦା ବିଶ୍ୱାଳ, ଶତ୍ରୁଘ୍ନ ନାୟକ ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟ ମାନେ ନିଜନିଜର ମତାମତ ଉପସ୍ଥାପନ କରିଥିଲେ l ସ୍ୱତନ୍ତ୍ରଅତିଥି ଭାବେ ଗରାମ ପଞ୍ଚାୟତ ର ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିବାବେଳେ, ଶେଷରେ କ୍ଷୀରୋଦ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
