ଦଶମନ୍ତପୁରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ୬୪ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ, ୦୯ଟିର ହେଲା ତତ୍କାଳ ସମାଧାନ
ଦଶମନ୍ତପୁର, ୨୧/୦୯/୨୦୨୬: ଦଶମନ୍ତପୁର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟଠାରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଏହି ଶୁଣାଣିରେ ଜନସାଧାରଣଙ୍କ ମୋଟ ୬୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୯ଟି ଗୋଷ୍ଠୀଗତ ଓ ୨୫ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଆର୍ଥିକ ସହାୟତା, ଘର ପଟ୍ଟା, ଜମିଜମା ବିବାଦ, ପାନୀୟ ଜଳ, ସ୍ୱାସ୍ଥ୍ୟ, ରାସ୍ତା ଓ ଯାତାୟାତ, ବିଦ୍ୟୁତ ସରବରାହ ଆଦି ବିଭିନ୍ନ ସମସ୍ୟା ନେଇ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଉପସ୍ଥାପନ କରିଥିଲେ। ଏଥିମଧ୍ୟରୁ ୦୯ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।
ଜିଲ୍ଲାପାଳ ଶ୍ରୀ ମହାଜନ ଅଭିଯୋଗକାରୀ ମାନଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅଭିଯୋଗଗୁଡ଼ିକର ତ୍ୱରିତ ଓ ନିୟମାନୁଯାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଶୁଣାଣିରେ କୋରାପୁଟ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରୋହିତ ବର୍ମା, ଉପ ଜିଲ୍ଲାପାଳ କୋରାପୁଟ ଫାବି ରସିଦ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କୋରାପୁଟ ଶ୍ରୀ ବେଣୁଧର ସବର, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ରବୀନ୍ଦ୍ର ନାଥଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର l
