September 22, 2026

ଗଜପତି:- ସି:ୟୁ:ଟି:ଏମ ପକ୍ଷରୁ ଗୁରାଣ୍ଡି ଗ୍ରାମରେ ବିଶ୍ୱ ଆଲଜାଇମର୍ସ ଦିବସ ପାଳିତ

IMG-20260921-WA0053
Share

ଗଜପତି ଜିଲ୍ଲା ରାଜ ସିତାପୂର ସ୍ଥିତ ଆଲ୍ୟୁରୀ ନଗର ଠାରେ ଥିବା ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିମ୍)ର ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ଆଜି ୨୧ ଅଗଷ୍ଟ’ରେ ଗୁରାଣ୍ଡି ଠାରେ ବିଶ୍ୱ ଆଲଜାଇମର୍ସ ଦିବସ ପାଳିତ ହୋଇଯାଇଛି ।

ଏହି ଦିବସ ପାଳନ କାର୍ଯ୍ୟକ୍ରମର ଥିମ୍ ଥିଲା:- “ଆଲଜାଇମର୍ସ ପ୍ରତିରୋଧ”। ସମୁଦାୟ ମଧ୍ୟରେ ଆଲଜାଇମର୍ସ ରୋଗ, ଏହାର ପ୍ରତିରୋଧ, ପ୍ରାରମ୍ଭିକ ଲକ୍ଷଣ ଏବଂ ସୁସ୍ଥ ଜୀବନ-ଶୈଳୀ ସମ୍ପର୍କରେ ଜନ-ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କାର୍ଯ୍ୟକ୍ରମକୁ ସ୍କୁଲ୍ ଅଫ୍ ନର୍ସିଂର ଅଧ୍ୟାପିକା ଶ୍ୱେତା ମେଡମ ଏବଂ ମଧୁରିମା ମେଡମ ସମନ୍ୱୟ କରିଥିଲେ। ସିୟୁଟିମ୍ ର ବି:ଏସ:ସି ନର୍ସିଂ ୫ମ ସେମିଷ୍ଟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସଚେତନତା-ମୂଳକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ପୋଷ୍ଟର ପ୍ରଦର୍ଶନ, ପାମ୍ଫ୍ଲେଟ୍ ବଣ୍ଟନ ଏବଂ ଆଲଜାଇମର୍ସ ପ୍ରତିରୋଧ ଉପରେ ସ୍ୱାସ୍ଥ୍ୟ ଶିକ୍ଷା ଆୟୋଜନ କରା ଯାଇଥିଲା। ଏହି ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଆଲଜାଇମର୍ସ ରୋଗ, ଏହାର ପ୍ରାରମ୍ଭିକ ଲକ୍ଷଣ, ସୁସ୍ଥ ଜୀବନଶୈଳୀ, ମାନସିକ ଓ ଶାରୀରିକ କାର୍ଯ୍ୟକଳାପ ଏବଂ ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ ସାମାଜିକ ସମର୍ଥନ ଓ ଯତ୍ନର ଗୁରୁତ୍ୱ ବିଷୟରେ ସଚେତନ କରିଥିଲେ।

ସ୍ୱାସ୍ଥ୍ୟ ଶିକ୍ଷା ମାଧ୍ୟମରେ ସମୁଦାୟର ଲୋକମାନେ ଆଲଜାଇମର୍ସର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା ଏବଂ ଆବଶ୍ୟକ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ନେବାର ଗୁରୁତ୍ୱ ବୁଝିପାରିଥିଲେ। ପୋଷ୍ଟର ଓ ପାମ୍ଫ୍ଲେଟ୍ ମାଧ୍ୟମରେ ସୂଚନା ଗୁଡ଼ିକୁ ସରଳ, ଆକର୍ଷଣୀୟ ଏବଂ ସହଜରେ ବୁଝିହେବା ଭଳି ଭାବରେ ପ୍ରସ୍ତୁତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ନର୍ସିଂ ଛାତ୍ରଛାତ୍ରୀ ମାନଙ୍କୁ ସମୁଦାୟ ସ୍ତରରେ ନିଜର ଜ୍ଞାନକୁ ପ୍ରୟୋଗ କରିବା ସହିତ ଆଲଜାଇମର୍ସ ରୋଗ ଏବଂ ସୁସ୍ଥ ବାର୍ଦ୍ଧକ୍ୟ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାର ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିଥିଲା। ଛାତ୍ରଛାତ୍ରୀ, ଅଧ୍ୟାପିକା ଏବଂ ଗୁରାଣ୍ଡିର ସମୁଦାୟ ସଦସ୍ୟ ମାନଙ୍କ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ସହିତ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————–;——————–

You may have missed