September 22, 2026

ମାତୃପୁରୀରେ ଦଶକର୍ମଧାରାର ବାର୍ଷିକ ସମାବେଶ:

IMG-20260921-WA0049
Share

 

 

ବରଗଡ,ତା ୨୧/୯

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ ଠାରେ ବରଗଡ଼ ଜିଲ୍ଲା ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ ତରଫରୁ ସପ୍ତଦଶତମ ବରଗଡ଼ ସବ ଡିଭିଜନର ଦଶକର୍ମଧାରା ସମାବେଶ ଅନୁଷ୍ଠିତ ହୋଇ ଯାଇଅଛି। ପ୍ରାରମ୍ଭରେ ନବ ଜୀବନ ଶିକ୍ଷା ସଂସଦର ସଭାପତି ଶ୍ରୀଯୁକ୍ତ ରାଧାକାନ୍ତ ମିଶ୍ର ମାତୃପତାକା ଉତ୍ତୋଳନ କରିଥିଲେ। ବରଗଡ଼ ଜିଲ୍ଲା ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ ତରଫରୁ ଦଶକର୍ମଧାରା ପରିଷଦ କୁସାଗର ଆବାହକ ଶ୍ରୀ ବବୃବାହନ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଙ୍ଗତି ମଣ୍ଡଳ ର ଆବାହକ ଶ୍ରୀ ଉପେନ୍ଦ୍ର ମହାପାତ୍ର,ଶ୍ରୀ ଶ୍ରୀଧର ସାହୁ,ବରଗଡ଼ ଜିଲ୍ଲା ସଂଯୋଜକ ଶ୍ରୀ ସମରେନ୍ଦ୍ର କୁମାର ଲେଙ୍କା, ଲକ୍ଷ୍ମୀପ୍ରିୟା ରାଉତ,ବ୍ଲକ ସଂଯୋଜକ ଲଲିତା ପ୍ରଧାନ,ଚାପଧାରୀ ସିଂ ,ମାତୃପୁରୀ ପରିଚାଳନା କମିଟି ର ସଭାପତି ଶ୍ରୀ ଶେଷଦେବ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଦଶକର୍ମଧାରା ଅନ୍ତର୍ଗତ ଆଲୋକ ସେନା,କୁସାଗ,ବିଜ୍ଞାନ ପରିଷଦ, କୃଷି ପରିଷଦ, କଳା ପରିଷଦ, ସାହିତ୍ୟ ପରିଷଦ, ଶିକ୍ଷା ଓ ଗବେଷଣା ପରିଷଦ, ସ୍ୱାସ୍ଥ୍ୟ ପରିଷଦ,ଲିଗାଲ ୟୁନିଟ ପରିଷଦ, ପାଠଚକ୍ର ଓ ମହିଳା ପାଠଚକ୍ର ପରିଷଦ ର ଆବାହକ ଯଥାକ୍ରମେ ଚନ୍ଦ୍ରକାନ୍ତ ଭାଇ,ବବୃବାହନ ଭାଇ, ଦିଲ୍ଲୀପ ଭାଇ, ଦାମୋଦର ଭାଇ,ସରୋଜ ଭାଇ,ତପସ୍ୱିନୀ ଅପା, ସୁରେନ୍ଦ୍ର ଭାଇ, ଅରକ୍ଷିତ ଭାଇ,ଧରଣୀ ଭାଇ ଏବଂ ଜୟନ୍ତୀ ଅପା ନିଜନିଜ ପରିଷଦର କାର୍ଯ୍ୟ ଓ ଆଗାମୀ ଦିନର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯକ୍ରମରେ ବରଗଡ଼ ସବ ଡିଭିଜନର ସମସ୍ତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରୁ ବହୁ ସଂଖ୍ୟକ ମାତ୍ରୁଭକ୍ତ ଯୋଗ ଦେଇଥିଲେ। କାର୍ଯକ୍ରମ ପରିଚାଳନାରେ ମାତୃପୁରୀ ପରିଚାଳନା କମିଟି ର ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ , କୋଷାଧ୍ୟକ୍ଷ ଶ୍ରୀ ଜୟପ୍ରକାଶ ଅଗ୍ରୱାଲ , ଉପ ସଭାପତି ଶ୍ରୀ ଅରୁଣ କୁମାର ହୋତା,ଶ୍ରୀ ଅମିତ୍ ମିଶ୍ର,ଶ୍ରୀ ଶରତ ପ୍ରଧାନ, ବିନୋଦ ପ୍ରଧାନ, ଶ୍ରୀ ଉପେନ୍ଦ୍ର ମହାକୁର,ପାଠଚକ୍ର ସଭାନେତ୍ରୀ ସୁଶ୍ରୀ ପ୍ରଧାନ,ସୁସ୍ମିତା ମିଶ୍ର ତଥା ଅନୁଷ୍ଠାନର ସମସ୍ତ ଭାଇଅପା ଓ ଅତାବିରା ମହିଳା ପାଠଚକ୍ର ର ସଭ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। କୃତଜ୍ଞତା ଜ୍ଞାପନ କରିଥିଲେ ମାତୃପୁରୀର ଉପ ସଭାପତି ଶ୍ରୀ ଅରୁଣ କୁମାର ହୋତା । ଶେଷରେ ଶ୍ରୀ ଶ୍ରୀଧର ଭାଇ ମାତୃପତାକା ଅବତରଣ କରିଥିଲେ ।

You may have missed