September 21, 2026

ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ 

IMG-20260921-WA0032
Share

 

ବରପାଲି – ୨୧/୯(ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବରମକେଲା ଗ୍ରାମ ପଞ୍ଚାୟତ ସ୍ଥିତ ଗ୍ରୀଣ୍ଡୋଲା ଗ୍ରାମର ଉପରପଡ଼ା ହନୁମାନ ମନ୍ଦିର ଠାରେ ମାଁ ଖୁଦୁରୁକୁଣୀ ପୁଜା ସମ୍ପନ୍ନ ହୋଇଯାଇଛି , ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ହେବ ଭାଦ୍ରବ ମାସରେ ପ୍ରତ୍ୟେକ ରବିବାର ଦିନ ଉପବାସ ରହି ସନ୍ଧ୍ୟାରେ ମାଁ ଖୁଦୁରୁକୁଣୀଙ୍କୁ ପୂଜାର୍ଚ୍ଚନା କରନ୍ତି l ଗତ କାଲି ପୂଜାଛର୍ନ। ସହ ପୂର୍ଣ୍ଣାହୁତି ହୋଇ ଯାଇଛି ଏବଂ ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ମାଁଙ୍କ ଭଷାଣୀ ଯାତ୍ରା ସାରି ଗ୍ରାମର ସମସ୍ତ ଭକ୍ତ ମାନୁଙ୍କୁ ପ୍ରସାଦ ବାଣ୍ଟିଥିଲେ । ଏହି ପୂଜାରେ କର୍ତ୍ତା ଭାବେ କରିନା ପଧାନ ଦାୟିତ୍ଵ ତୁଲାଇଥିଲେ ,ପୂଜକ ଭାବେ ଗୋପାଳ ସତପଥି ଥିଲେ ଏବଂ ଉପବାସ ରହୁଥିବା ସମସ୍ତ ଝିଅ ମାନେ ସହଯୋଗ କରିଥିଲେ l