September 21, 2026

ବରେଇପାଲି ବୁର୍ଲା ରାସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨୨ ଚକିଆ ଟ୍ରକ୍ ଭିତରୁ ଚାଳକ ଓ ହେଲପରଙ୍କୁ ଉଦ୍ଧାର କଲା ପୋଲିସ!

IMG-20260921-WA0005
Share

 

 

ସମ୍ବଲପୁର ( ଦେବାଶିଷ ଦାଶ )

 

 

ମହୀନ୍ଦ୍ରା ଶୋ’ରୁମ୍ ସମ୍ମୁଖରେ ଦୁର୍ଘଟଣା; ଗୁରୁତର ଅବସ୍ଥାରେ ବୁର୍ଲା VIMSARରେ ଭର୍ତ୍ତି!

 

ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ଆଇରନ୍ ଫ୍ୟାକ୍ଟ୍ରି ନିକଟସ୍ଥ ମହୀନ୍ଦ୍ରା ଶୋ’ରୁମ୍ ସମ୍ମୁଖରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ସେପ୍ଟେମ୍ବର ୧୯ ତାରିଖ ବିଳମ୍ବିତ ରାତି ପ୍ରାୟ ୧୧:୫୮ ସମୟରେ ନାଇଟ୍-ରାଉଣ୍ଡ ଡ୍ୟୁଟିରେ ଥିବା ପୋଲିସ ପେଟ୍ରୋଲିଂ ଟିମ୍ ଏକ ୨୨ ଚକିଆ ବିଶାଳ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ପାଇଥିଲେ।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଟ୍ରକର ଚାଳକ ଏବଂ ହେଲପର ଗାଡ଼ି ଭିତରେ ଚାପି ହୋଇ ଗୁରୁତର ଆହତ ହୋଇପଡ଼ିଥିଲେ। ପୋଲିସ ଟିମ୍ ବିନା ବିଳମ୍ବରେ ତୁରନ୍ତ ଦୁହିଁଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରି ନିଜ ପେଟ୍ରୋଲିଂ ଗାଡ଼ି ମାଧ୍ୟମରେ ଚିକିତ୍ସା ପାଇଁ ବୁର୍ଲା ସରକାରୀ ହସ୍ପିଟାଲକୁ ନେଇଥିଲେ। ଆହତଙ୍କ ମଧ୍ୟରୁ ଜଣଙ୍କର ଡାହାଣ ହାତ ଓ କାନରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏହି ଘଟଣା ସମ୍ପର୍କରେ ବାରେଇପାଲି ଥାନାକୁ ତୁରନ୍ତ ଅବଗତ କରାଯାଇଛି ଏବଂ ପୋଲିସ ପକ୍ଷରୁ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।