September 21, 2026

ବ୍ୟାଙ୍କ ଡକାୟତି ଗ୍ୟାଙ୍ଗ୍ ଗିରଫ 

IMG-20260921-WA0006
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଦିନ ଦ୍ବିପହରରେ ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ଡକାୟତି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା ମିଳିଛି । ଡକାୟତି ଘଟଣାରେ ସମ୍ପୃକ୍ତ 5 ଜଣ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ଗିରଫ କରିଛି ପୋଲିସର ସ୍ୱତନ୍ତ୍ର ଟିମ୍,ଗତ ସେପ୍ଟେମ୍ବର 8 ତାରିଖ ରେ 6 ଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ପଶି ବନ୍ଧୁକ ଦେଖାଇ ଭୟଭୀତ କରିବା ସହ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ, ଏହା ସହ ବ୍ଯାଙ୍କ ମ୍ଯାନେଜର ଙ୍କୁ ମାଡ ମାରି କ୍ଯାସ କାଉଣ୍ଟର ରୁ 13 ଲକ୍ଷ 80 ହଜାର 444 ଟଙ୍କା ଲୁଟ କରିବା ସହ କର୍ମଚାରୀ ମାନଙ୍କୁ ଗୋଟିଏ ରୁମରେ ବନ୍ଦ କରି ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଅଭିଯୁକ୍ତଙ୍କୁ ଧରିବା ପାଇଁ ବାଲେଶ୍ୱର ଏସ୍‌ପି ଏବଂ ଡିଆଇଜି, ଇଷ୍ଟର୍ଣ୍ଣ ରେଞ୍ଜ ବାଲେଶ୍ୱରଙ୍କ ନିର୍ଦ୍ଦେଶରେ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ବସ୍ତା ଏସଡିପିଓ ସମର୍ଥ କୁମାର ବେହେରା ଙ୍କ ତତ୍ତ୍ୱାବଧାନରେ ଏହି ଟିମ୍‌ଗୁଡ଼ିକ ତଦନ୍ତ ଓ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି

ରଖିଥିଲେ । ତଦନ୍ତ ସମୟରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଥିଲା । ପଶ୍ଚିମବଙ୍ଗ ର ସନ୍ଦେଶଖାଲି ଥାନା ଅଧୀନ ରାମପୁର, ଜୀବନତଳା ଥାନା ଅଧୀନ ଚଣ୍ଡିବାଲି, ସୋନାରପୁର ଏବଂ ମହେନ୍ଦ୍ରପୁର ଥାନା ଅଞ୍ଚଳର ଚାଟପୁର ଆଦି ସ୍ଥାନରେ ଚଢ଼ାଉ କରାଯାଇ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ବାଇକ, ଗୋଟିଏ ଦେଶୀ ବନ୍ଧୁକ ସମେତ 3 ରାଉଣ୍ତ ଅଫୁଟା ଗୁଳି ଜବତ କରିଛି ପୋଲିସ । ଏହି ଘଟଣା ରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିବା ସହ ଲୁଟ୍ ଟଙ୍କା ଓ ଘଟଣାରେ ବ୍ୟବହୃତ ସାମଗ୍ରୀ ଜବତ କରିବା ପାଇଁ ଚଢଉ ଜାରି ରହିବ ବୋଲି ବାଲିଆପାଳ ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଏ ସମର୍ଥ ବେହେରା.