September 20, 2026

ଆଧ୍ୟାତ୍ମିକ ଜନଜାଗରଣ ରେ ଭାଗବତ ଟୁଙ୍ଗି ର ନବନିର୍ମାଣ ଏକ ଆବଶ୍ୟକତା।—

IMG-20260920-WA0015
Share

 

ଏକ ଶୃଙ୍ଖଳିତ ସମାଜ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ଦରକାର ଆଧ୍ୟାତ୍ମିକ ଜନଜାଗରଣ, ଯାହା ହଜି ଯାଇଥିବା ଭାଗବତ ଟୁଙ୍ଗି ର ନବନିର୍ମାଣ ରେ ସମ୍ଭବ ବୋଲି ଓଡିଆ ଭାଗବତ ର ପ୍ରଣେତା ଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମପୀଠ କପିଳେଶ୍ୱରପୁର ଶାସନରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ରେ ମତପ୍ରକାଶ ପାଇଛି। ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ଟିକାୟତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଲୋକସଭା ସାଂସଦ ସମ୍ବିତ ପାତ୍ର, ସମ୍ମାନିତ ଅତିଥିଭାବେ ନିର୍ମଳା ଫତେସିଂହ,କମଳେଶ ମହାରଣା,ମାନସ ମହାପାତ୍ର, ସରପଞ୍ଚ ବବିତା ବରାଳ, ଭାଗବତ ଭାଷ୍ୟକାର ଡକ୍ଟର ବଦ୍ରି ମିଶ୍ର, ଟ୍ରଷ୍ଟ ଅଧ୍ୟକ୍ଷ ସୁରେନ୍ଦ୍ର ଦାଶ,ଗୋଲାପ ସ୍ବାଇଁ, ବିନୋଦିନୀ ତ୍ରିପାଠୀ ଓ ଦ୍ବାରିକାନାଥ ବିଶ୍ଵାଳପ୍ରମୁଖ ଅତିଥି ଭାବେ ଯୋଗଦେଇ ଅତିବଡି ଜଗନ୍ନାଥ ଦାସ, ଓଡ଼ିଆ ଭାଗବତ ଓ ଆଧ୍ୟାତ୍ମିକ ଧର୍ମଧାରା ଉପରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମ କୁ ଚିନ୍ମୟ ମିଶ୍ର,ବିପିନ ଦଳାଇ ଓ ପ୍ରଶାନ୍ତ ତ୍ରିପାଠୀ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଡକ୍ଟର ବଦ୍ରି ମିଶ୍ର ଓ ଅତିବଡି ଜଗନ୍ନାଥ ଦାସ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ଭାଗବତ ପାଠ କରିଥିଲେ l ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ