କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ର ଘୁମର ପଞ୍ଚାୟତ ଅନ୍ତର୍ଗତ ମୁରାଓଡା. କୁମତି ତରାଇ.ଏନହେଚ 63.ବାୟ ପାସ ଛକ ଏବଂ ମାତା ଗୁଡିଛକ ସମେତ ପଞ୍ଚାୟତ ର ସମସ୍ତ ଗାଁ ଗହଳି ରେ ଦିନକୁ ଦିନ ଚରୀ ଡକାୟତ ଲୁଟ ତରାଜ ବଡ଼ିବା ସହ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ମଦୁଆ ମାନଙ୍କର ଛେଦଚାଡ଼ ଦିନକୁ ଦିନ ବଡ଼ିବା ସହ ପଞ୍ଚୟତ ର ପ୍ରୋତ୍ୟାକ ଗ୍ରାମରେ ଦେଶୀ ବିଦେଶୀ ମଦ ଦୋକାନ ପ୍ରୋତ୍ୟାକ ଗୋଳି କନ୍ଧି ରେ ବେ ଆଇନରୂପେ ଚାଲୁଛି l ବାରମ୍ବାର ଏହାକୁ ନେଇ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ କୁ ଲିଖିତ ରୂପେ ଜଣାଇ ଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନଥିବାରୁ ଶନିବାର ଦିନ ଘୁମର ପଞ୍ଚୟତ ର ୧ ହଜାର ରୁ ଉର୍ଦ୍ଧ ମହିଳା ପୁରୁଷ ଏକତ୍ରିତ ହେଇ ପଞ୍ଚୟତରେ ସମ୍ପୂର୍ଣ୍ଣ ରୂପେ ମଦ ବନ୍ଦ କରିବାସହ ବିକ୍ରି କରୁଥିବା ମଦ ବେପାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ସକାଶେ କୋଟପାଡ଼ ଥାନା ଗେରାଉ କରି ଥିଲେ l ଏବଂ କୋରାପୁଟ ଜ଼ିଲ୍ଲା ପାଳ,ଅବକାରୀ ଅଧିକାରୀ, ଓ ଜ଼ିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି l କୋଟପାଡ଼ ବ୍ଲକ ଅଞ୍ଚଳରେ ପ୍ରୋତ୍ୟାକ ପଞ୍ଚାୟତ ରେ ଦିନକୁ ଦିନଫାଷ୍ଟ ଫୁଡ ମଦ ବ୍ୟବସାୟ ଖୁଲମ ଖୁଲାଚାଲୁ ରହିଥିଲେ ସୁଦ୍ଧା ଜ଼ିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ବିବାଗ, ଅବକାରୀ ବିବାଗ ସବୁ ଜାଣି ନ ଜାଣିଲା ଭଳି ଚୁପ ରହିଥିବା ବେଳେ ଏହାକୁ ନେଇ ବର୍ତ୍ତମାନ ଗ୍ରାମାଞ୍ଚଳ ର ମହିଳା ମାନେ ମଦ ବିରୋଧୀ ଅଭିଯାନ ଆରମ୍ଭ କରିବାକୁ ମେଳି ହେଉଥିବା ଜଣାପଡିଛି l ଅନ୍ୟ ପକ୍ଷରେ କୋଟପାଡ଼ ପୋଲିସ ଥାନାରେ ଦୀର୍ଘ ତିନିମାସ ହେବ ଥାନା ଅଧିକାରୀଫକିର ମୋହନ ଖରା ଙ୍କ ବଦଳି ପରେ ସ୍ଥାୟୀଥାନା ଅଧିକାରୀ ଉପସ୍ଥିତି ନ ଥିବା ବେଳେ କେବଳ ଏ, ଏସ ଆଇ ମାନେ କାର୍ଯ୍ୟ ତୁଲାଉ ଥିବା ଜଣାପଡିଛି l ବିଧାନ ସଭା ନିର୍ବାଚନ ମଣ୍ଡଳି କୋଟପାଡ଼ ସଦର ମହକୁମାରେ ସ୍ଥାୟୀ ଥାନା ଅଧିକାରୀ ତିନି ମାସ ହେବ ନାହାନ୍ତି ବୋଲି ବୁଦ୍ଧି ଯିବି ମହଲ ରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ତୁରନ୍ତ ନୂତନ ଥାନା ଅଧିକାରୀଙ୍କୁ ଦାଇତ୍ୱ ଦେବା ପାଇଁ ଜନ ସାଧାରଣରେ ଦାବି ହେଉଥିବାର ଜଣା ଯାଇଛି. ଥାନା. ତହସିଲ ଓ ଅବକାରୀ ବିଭାଗ ରେ ଦାବିପତ୍ର ପ୍ରଦାନ ସମୟ ରେ ସରପଞ୍ଚ କମଳା ପୂଜାରୀ . କିଶୋର ବେହେରା. ସନ୍ତୋଷ ବେହେରା. ସଞ୍ଜୟ ବେହେରା. ମନୋଜ ବିଶୋଇ ଙ୍କ ସମେତ ସତାଧିକ ମହିଳା ଉପସ୍ଥିତ ଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର.