September 16, 2026

ଗଣେଶ ପୂଜା ଭସାଣି ବେଳେ ଅଘଟଣ, ୪ ଯୁବକ ନିଖୋଜ….

IMG-20260916-WA0085
Share

 

ଏରସମା

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୃଷ୍ଣ ଚନ୍ଦ୍ରପୁର ପଞ୍ଚାୟତ ର ଓରନାଳ ଗ୍ରାମରେ ଘଟିଛି ଏକ ଦୁଃଖଦ ଅଘଟଣା । ଗଣେଶ ମୂର୍ତ୍ତି ଭସାଣି ବେଳେ ନଦୀରେ ଭାସିଯାଇ ୪ ଜଣ ଯୁବକ ନିଖୋଜ ଥିବା ସୂଚନା ମିଳିଛି । ଗ୍ରାମରେ ଗଣେଶ ମୂର୍ତ୍ତି ଭସାଣି ପାଇଁ ଗୋପାଳପୁର ନିକଟସ୍ଥ ନାଳକୁ ଯାଇଥିଲେ ଲୋକେ । ଭସାଣି ସମୟରେ ହଠାତ୍ ଅଘଟଣ ଘଟିବାରୁ ୪ ଜଣ ଯୁବକ ନଦୀରେ ନିଖୋଜ ହୋଇଯାଇଥିବା କୁହାଯାଉଛି। ଘଟଣା ର ଖବରପାଇ ଏରସମା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ନିଖୋଜ ଯୁବକମାନଙ୍କୁ ଖୋଜିବା ପାଇଁ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏରସମା ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ତେବେ ନିଖୋଜ ୪ ଜଣ ଯୁବକ ଙ୍କ ପରିଚୟ ଓ ଘଟଣାର ସବିଶେଷ ତଥ୍ୟ ଏଯାଏ ସ୍ପଷ୍ଟ ହୋଇନାହିଁ । ଏବେ ସୁଦ୍ଧା ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।