ଭାରତ କୋ ଜାନୋ ଓ ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା
, ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ପକ୍ଷରୁ ଭାରତ କୋ ଜାନୋ ଏବଂ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଉଦ୍ଘାଟନୀ ଉତ୍ସବ ରେ ପୂର୍ବତନ କୁଳପତି ଡଃ ହରିହର ହୋତା ଏବଂ ଯୁଗ୍ମ ନିର୍ଦ୍ଦେଶକ ସୂଚନା ଲୋକସମ୍ପର୍କ ବିଭାଗ
ଶ୍ରୀ ସନ୍ତୋଷ କୁମାର ସେଠୀ ଯୋଗଦେଇ ସମାଜ ର କଲ୍ୟାଣ ପାଇଁ ପ୍ରତ୍ୟେକ ଛାତ୍ର ଛାତ୍ରୀ ସଂକଳ୍ପ ନେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ।
ଏହି ପ୍ରତିଯୋଗିତା ରେ ୪୨ ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଜଣା ଅଜଣା କନିଷ୍ଠ ବର୍ଗରେ ଡି ଏ ଭି ପବ୍ଲିକ ସ୍କୁଲ ପ୍ରଥମ ହୋଇଥିବା ବେଳେ ସରସ୍ୱତୀ ବିଦ୍ୟା ମନ୍ଦିର ,ଘୋଡ଼ା ବଜାର ଦ୍ୱିତୀୟ, କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟ, ବାସୁଦେବପୁର ,ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।
ବରିଷ୍ଠ ବର୍ଗ ପ୍ରତିଯୋଗିତା ରେ ହରଚଣ୍ଡୀ ସାହି ଶିଶୁ ମନ୍ଦିର ପ୍ରଥମ, ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ , ଡି ଏ ଭି ପବ୍ଲିକ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କତ ହୋଇଥିଲେ।
ସେହିପରି ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା ହିନ୍ଦୀ ରେ
ଡି ଏ ଭି ପବ୍ଲିକ ସ୍କୁଲ, ପ୍ରଥମ ସରସ୍ୱତୀ ବିଦ୍ୟା ମନ୍ଦିର, ମଧୁବନ
ତୃତୀୟ ରେ ଘନଶ୍ୟାମ ହେମଲତା ବିଦ୍ୟା ମନ୍ଦିର ଏବଂ ସଂସ୍କୃତ ରେ
ଡି ଏ ଭି ପବ୍ଲିକ ସ୍କୁଲ, ଓ ତୃତୀୟ ରେ ସରସ୍ୱତୀ ବିଦ୍ୟାମନ୍ଦିର ପୁରସ୍କୃତ ହୋଇଥିଲେ।
ସନ୍ଧ୍ୟା ଅଧିବେଶନ ରେ ମୁଖ୍ୟ ଅତିଥି କୁଳପତି ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ପ୍ରଭାତ ରଞ୍ଜନ ମହାପାତ୍ର ସମ୍ମାନିତ ଅତିଥି ସବିତା ଆଚାର୍ଯ୍ୟ ପୂର୍ବତନ କୁଳପତି ଉତ୍କଳ ବିଶ୍ୱବିଦ୍ୟାଳୟ ଯୋଗଦେଇ ନୈତିକ ମୂଲ୍ୟବୋଧ ର ବିକାଶ ତଥା ଯୁବପିଢ଼ି ଙ୍କୁ ସମାଜର ମୁଖ୍ୟ ଧାରା ରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ।ସଂସ୍କାର ସଂଯୋଜକ ଶ୍ରୀ ସନ୍ତୋଷ କୁମାର ମହାନ୍ତି ପରିଚାଳନା କରିଥିବାବେଳେ
ସଭାପତି ଡଃ ହରିହର ହୋତା, ସମ୍ପାଦକ ହରପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କ୍ଷେତ୍ରୀୟ ସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ପ୍ରାନ୍ତୀୟ ମହାସଚିବ ସୌମେନ୍ଦ୍ର ଦାସ, ଜାତୀୟ ସଦସ୍ୟ ମହିଳା ସହଭାଗିତା, ସଂଗଠନ ସଚିବ ରାମ ଚନ୍ଦ୍ର ଦଳାଇ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବୁଦ୍ଧ ଦେବ ମହାପାତ୍ର କେଶବ ପାତ୍ର ସହଯୋଗ କରିଥିଲେ।କନିଷ୍ଠ ବର୍ଗ ପାଇଁ କୁଇଜ୍ ମାଷ୍ଟର୍ ସନ୍ତୋଷ କୁମାର ମହାନ୍ତି କରିଥିବାବେଳେ ବରିଷ୍ଠ ବର୍ଗ ପାଇଁ ପଦ୍ମନାଭ ପଣ୍ଡା କୁଇଜ୍ ମାଷ୍ଟର୍ ଭାବେ ପରି ଚାଳନା କରିଥିଲେ
ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ର ସଚିବ ହରପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
