September 15, 2026

ଆଇ.ବି.ଆର. ଆଚିଭର ଆୱାର୍ଡ ପାଇଲେ ମାତ୍ର ୨ ବର୍ଷ ୮ମାସର କୁନି ପିଲା  

IMG-20260913-WA0066
Share

ତିର୍ତ୍ତୋଲ ::-୧୩/୯/୨୬ ନିଜର ଅସାଧାରଣ ସ୍ମରଣ ଶକ୍ତି ବଳରେ ଅତି ଆଶ୍ଚର୍ଯ୍ୟ ଭାବେ ଏକକାଳୀନ ଅନେକ ଗୁଡିଏ ବିଷୟ କୁ ମନେରଖି ପାରୁଥିବା ୨ ବର୍ଷ ୮ ମାସର କୁନି ପିଲା ବିରାଜ ନାଥ କୁ ସମ୍ମାନଜନକ ପୁରସ୍କାର “IBR Award” ରେ ସମ୍ବର୍ଦ୍ଦିତ କରାଯାଇଛି !ଯାହା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି !ବିସ୍ମୟ ବାଳକ ବିରାଜ ନାଥ ଏକ ସମୟରେ ୮ଟି ପଶୁ, ୬ଟି ପକ୍ଷୀ, ୬ଟି ଫୁଲ, ୬ଟି ଫଳ ଚି଼ହ୍ନଟ କରିବା ସହିତ ୬ଟି ଗାଡି ୫ ଟି ରଙ୍ଗ, ୨୬ ଟି ଇଂରାଜୀ ବର୍ଣ୍ଣମାଳା ଅକ୍ଷର, ଶରୀରର ୨୧ ଟି ଅଙ୍ଗ, ୨୬ଟି ବିଭିନ୍ନ ପ୍ରକାର ଚିତ୍ରକୁ ନିର୍ଭୁଲ ଭାବେ ଚିହ୍ନି ପାରୁଛି !ଏଥିସହିତ ବର୍ଷର ୧୨ ମାସର ନାମ, ସପ୍ତାହରେ ୬ ଟି ବାର ଓ ହାତର ୫ ଟି ଆଙ୍ଗୁଳି ବିଷୟରେ ମଧ୍ୟ କହି ପାରୁଛି !ଏହି ବିସ୍ମୟ ବାଳକ ବିରାଜ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ଗ୍ରାମର ଭବାନୀଶଙ୍କର ନାଥ ଓ ମୋନାଲିସା ନାଥଙ୍କ ସନ୍ତାନ !ତାର ବିଚକ୍ଷଣ ସ୍ମରଣ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ନାମ ସ୍ଥାନିତ ହୋଇଥିବାରୁ ପିତା ମାତା ପରିବାର ସମସ୍ତେ ଖୁସୀରେ ଆତ୍ମବିଭୋର ହୋଇଯାଇଛନ୍ତି !ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର